ଟ୍ରେନରୁ ଖସିପଡି ଯୁବକ ଗୁରୁତର, ଚିକିତ୍ସାଳୟରେ ଭର୍ତ୍ତି

ବାଲେଶ୍ଵର : ଟ୍ରେନରୁ ଖସିପଡି ଯୁବକ ଗୁରୁତର । ବାଲେଶ୍ଵର ସହର ଅଙ୍ଗାରଗଡିଆ ବିସିଇଟି ଆଇଟିଆଇ ନିକଟରେ ଟ୍ରେନରୁ ଖସିପଡି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତାଙ୍କ ଘର ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି । ସେ ହାୱଡା ଷ୍ଟେସନରୁ ଯାଜପୁର ଫେରୁଥିଲେ । ଅସାବଧାନତା ବସତ ଟ୍ରେନରୁ ଖସିପଡିଥିଲେ ।
ଘଟଣାସ୍ଥଳରେ ସେ ଗୁରୁତର ହୋଇଥିଲେ । ତାଙ୍କ ମୁଣ୍ଡ, ପିଠି ଓ ଆଣ୍ଠୁରେ ଗଭିର ଆଘାତ ଲାଗିଛି । ସେ ଚିତ୍କାର କରୁଥିବା ସମୟରେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ନିମନ୍ତେ ଏକ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ ।