ଘଟଗାଁ : ଅଜଣା ଗାଡି ଧକ୍କାରେ ଯୁବକ ମୃତ

ଘଟଗାଁ  (କେନ୍ୟୁଜ): ଅଜଣା ଗାଡି ଧକ୍କାରେ ଚାଲିଗଲା ବିଜେଡି ଯୁବ ନେତାଙ୍କ ଜୀବନ। ମୃତ ଯୁବନେତା ହେଲେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଶଗଡପଟା ଗ୍ରାମର ସଞ୍ଜୀବ କୁମାର ବାସ। ସଞ୍ଜୀବ ବାଇକ ଯୋଗେ କୌଣସି କାମରେ ବ୍ରହ୍ମଣୀପାଳ ଯାଇ ଫେରୁଥିବା ବେଳେ ରେମାଳ ଛକ ନିକଟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ପ୍ରଥମେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର ବେଳେ ବାଟରେ ସଂଜୀବଙ୍କ ମୃତ୍ୟୁ ଘଟିଥିଲା। ତେବେ ଖବର ପାଇ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.