ପୁତୁରା ବାହାଘର ଶୋଭାଯାତ୍ରା ବେଳେ ଅଘଟଣ, ଡିଜେ ଗାଡି ଚକା ତଳେ ପଡ଼ି ଚାଲିଗଲା ଦାଦାଙ୍କ ଜୀବନ

ବାଲେଶ୍ଵର (କେନ୍ୟୁଜ): ଡିଜେ ବାଜୁଥିଲା । ଡିଜେ ର ତାଳେ ତଳେ ସମସ୍ତେ ନାଚୁଥିଲେ । ଆଉ କିଛି ସମୟ ପରେ ବିବାହ ସାରି ଘରକୁ ଫେରିଥାନ୍ତେ ବର ଆଉ କନ୍ୟା । ହେଲେ କିଏ ଜାଣିଥିଲା ନିମିଷକ ମଧ୍ୟରେ ସବୁ ଖୁସି ମିଳେଇ ଯିବ । ପୁତୁରାର ବିବାହ ଶୋଭାଯାତ୍ରାରେ ଯାଇ ଦାଦାର ମୃତ୍ୟୁ । ଏଭଳି ଏକ ଘଟଣା ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ୍ ଖପରାପଦା ଗାଁ ରେ ଦେଖିବାକୁ ମିଳିଛି । ବିବାହକୁ ନେଇ ସମସ୍ତେ ଡିଜେର ଗୀତରେ ନାଚ ଖୁସିରେ ମଶଗୁଲ ଥିବା ବେଳେ ସେହି ଡିଜେ ଗାଡି ମାଡି ଯାଇଥିଲା ବରଙ୍କ ଦାଦା ଉପରେ । ଫଳରେ ବିବାହକୁ ନେଇ ସମସ୍ତଙ୍କ ମନରେ ଜଗି ଉଠିଥିବା ଖୁସି ନିମିଷକ ମଧ୍ୟରେ ମିଳେଇ ଯାଇଥିଲା ।

ଖବର ଅନୁଯାୟୀ ଗାଁ ର ରଜନୀକାନ୍ତ ମହାଳିକଙ୍କ ପୁତ୍ରଙ୍କ ବାହାଘର ଗତକାଲି ରେମୁଣା ଗୋଲେଇ ନୂଆଗାଁସ୍ଥିତ ଏକ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା । ବିବାହ ଭୋଜି ଖାଇବା ପରେ କନ୍ୟାକୁ ନେଇ ବର ଫେରୁଥିଲା ନିଜ ସାଙ୍ଗସାଥୀ ଓ ପ୍ରିୟଜନଙ୍କ ସହ । ହେଲେ କିଏ ଜାଣିଥିଲା ସେହି ଫେରିବା ବାଟ ରେ ହିଁ ସବୁ ଖୁସି ମିଲେଇଯିବ ଆଉ ମୃତ୍ୟୁ ଛକି ବସିଥିବ । ଶିଳ୍ପାଞ୍ଚଳ ଥାନା ଅଧୀନ ସୋମନାଥପୁର ଅଞ୍ଚଳରେ ସୋମବାର ରାତି ପ୍ରାୟ ସାଢ଼େ ୧୧ ଟା ସମୟରେ ଗ୍ରାମର ନୂଆପୋଖରୀ ଆଡ଼ି ପାଖରେ ଏଭଳି ଅଘଟଣ ଘଟିଥିବା ବେଳେ ଭାରସାମ୍ୟ ହରାଇ ଡିଜେ ଗାଡ଼ି ଚକା ତଳେ ପଡ଼ିଯାଇ ଥିଲେ ହରେନ୍ଦ୍ର । ଆଉ ଗାଡ଼ି ଆଗକୁ ମାଡ଼ି ଯାଇଥିବା ଫଳରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ବାଲେଶ୍ବର ବଡ଼ ଡାକ୍ତରଖାନାକୁ ଅଣାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ବେକ ଉପରେ ଗାଡ଼ି ଚକା ଚଢ଼ିଯାଇଥିବା ଦେଖାଯାଇଛି। ବାହାଘର ପାଇଁ ଏହି ପରିବାରରେ ଏକ ଖୁସିର ମାହୋଲ ଥିବାବେଳେ ଏହି ଘଟଣା ସେମାନଙ୍କୁ ସ୍ତବ୍ଧ କରିଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.