ସୁନାବେଶ ଦର୍ଶନ ହେଲା ଶେଷ ଦର୍ଶନ: ଅଣନିଃଶ୍ବାସୀରୁ ଚାଲିଗଲା ଭକ୍ତଙ୍କ ଜୀବନ
ପୁରୀରେ ମହାପ୍ରଭୁଙ୍କ ସୁନାବେଶ ଦେଖିବା ପାଇଁ ଦେଶର କୋଣ ଅନୁକୋଣରୁ ଭକ୍ତଙ୍କ ଆଗମନ ହୋଇଛି। ତେବେ ଲକ୍ଷାଧିକ ଭକ୍ତଙ୍କ ଭିତରେ ଗତକାଲି ଏକ ଅଘଟଣ ଘଟିଛି। ଅଣ ନିଃଶ୍ୱାସୀ ଚାଲିଗଲା ଭକ୍ତଙ୍କ ଜୀବନ। ଅସହ୍ୟ ଭିଡ଼ରେ ପ୍ରାଣ ହରାଇଲେ ଯୁବତୀ।

ପୁରୀ (କେନ୍ୟୁଜ): ପୁରୀରେ ମହାପ୍ରଭୁଙ୍କ ସୁନାବେଶ ଦେଖିବା ପାଇଁ ଦେଶର କୋଣ ଅନୁକୋଣରୁ ଭକ୍ତଙ୍କ ଆଗମନ ହୋଇଛି। ତେବେ ଲକ୍ଷାଧିକ ଭକ୍ତଙ୍କ ଭିତରେ ଗତକାଲି ଏକ ଅଘଟଣ ଘଟିଛି। ଅଣ ନିଃଶ୍ୱାସୀ ଚାଲିଗଲା ଭକ୍ତଙ୍କ ଜୀବନ। ଅସହ୍ୟ ଭିଡ଼ରେ ପ୍ରାଣ ହରାଇଲେ ଯୁବତୀ। ମୃତକ ହେଲେ କଟକ ସାଲେପୁରର ସଂଘମିତ୍ରା ବାରିକ । ଗତକାଲି ସନ୍ଧ୍ୟାରେ ସେ ସମ୍ପର୍କୀୟଙ୍କ ସହ ସୁନାବେଶ ଦର୍ଶନ କରିବାକୁ ଯାଇଥିଲେ। ପ୍ରବଳ ଭିଡ ଭିତରେ ସେ ଅଣନିଶ୍ୱାସୀ ହୋଇଯାଇଥିଲେ ବୋଲି ତାଙ୍କ ମାଆ ବାସନ୍ତୀ ବାରିକ କହିଛନ୍ତି।
ଯୁବତୀଙ୍କୁ ଭିଡ଼ ଭିତରୁ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ମୃତ ଯୁବତୀ ଜଣକ ହେଉଛନ୍ତି ଭୁବନେଶ୍ୱରର ଶରତ ଚନ୍ଦ୍ର ବାରିକଙ୍କ ଝିଅ ସଂଘମିତ୍ରା ବାରିକ ବୋଲି ମେଡିକାଲ ସୂତ୍ରରୁ ଜଣାପଡିଛି। ତେବେ ସୁନାବେଶ ଦେଖିବା ତାଙ୍କର ଶେଷ ଦର୍ଶନ ହୋଇଥିଲା। ତାଙ୍କ ମୃତ୍ୟୁରେ ପରିବାରରେ ଶୋକ ପ୍ରକାଶ ପାଇଛି।