ନବରଙ୍ଗପୁର: ମହିଳା ହୋମଗାର୍ଡଙ୍କ ବିରୋଧରେ ସାଂଘାତିକ ଅଭିଯୋଗ, ଯୁବତୀଙ୍କୁ ୪ ବର୍ଷ ବନ୍ଦ ଘରେ ରଖି କରୁଥିଲେ ସମଲିଙ୍ଗୀ ସମ୍ପର୍କ

ନବରଙ୍ଗପୁର(କେନ୍ୟୁଜ୍): ମହିଳା ହୋମ ଗାର୍ଡଙ୍କ ହେମ ସେକ୍ସ। ଜଣେ ଯୁବତୀଙ୍କୁ ୪ ବର୍ଷ ହେବ ନିଜ ପାଖରେ ରଖି ଦେଉଥିଲେ ସମଲିଙ୍ଗୀ ଯୌନ ଉତ୍ପିଡନା। ଯୁବତୀଙ୍କ ପରିବାର ଲୋକେ ୪ ବର୍ଷ ଧରି ଯୁବତୀ ଖୋଜିଥିଲେ ତାଙ୍କୁ ନପାଇ ନିରାଶ ହୋଇଯାଇଥିଲେ । ୨ ମାସ ତଳେ ଯୁବତୀ ଜଣକ ଘରକୁ ଫେରିବା ପରେ ସମ୍ପୂର୍ଣ୍ଣ ଘଟଣା ପଦା କୁ ଆସିଛି।

ଏହି ଘଟଣା  ଘଟିଛି ନବରଙ୍ଗପୁର ଜିଲ୍ଲା ଉମୋରକୋଟ ଅଞ୍ଚଳରେ। ମିଳିଥିବା ସୂଚନା ମୁତାବକ ଉମରକୋଟ ଭୀମାଗୁଡା ଅଞ୍ଚଳର  ଜନୈକା  ମହିଳା  ହୋମଗାର୍ଡ ଜଣେ  ଯୁବତୀଙ୍କୁ ୨୦୨୧୬ରୁ ଡାବୁଗାଁ ନେଇ ଗୋଟିଏ   ଭଡା ଘରେ ରଖିଥିଲେ। ପରେ ଉମରକୋଟ କୁସୁମଗୁଡା ଠାରେ ଏକ ଭଡା ଘରେ ରଖିଥିଲେ ଓ ସେହିଠାରେ ତାଙ୍କୁ ନିର୍ଯାତନା ଦେବା ସହ ସମଲିଙ୍ଗି ଯୌନ ସମ୍ପର୍କ ରଖୁଥିଲେ।  ଏହି ଯୁବତୀଙ୍କ ସମେତ ମହିଳା  ହୋମଗାଁ ଜଣକ ଅନ୍ୟ ଦୁଇଜଣ ଯୁବତୀଙ୍କ ସହ ସମଲିଙ୍ଗି ଯୌନ ସମ୍ପର୍କ ରଖୁଥିଲେ । । ଏଭଳି ୪ ବର୍ଷ ବିତିଗଲା ପରେ ଗତ ମେ ୧୭ ତାରିଖ ଦିନ ଭୋର ଚାରିଟାରୁ  ଆଣି ଘରେ ଛାଡ଼ି ଦେଇଥିଲେ ମହିଳା ହୋମ ଗାର୍ଡ ।

ସେତେବେଳେ ତାଙ୍କ ପରିବାର କୁ ଅନେକ ଧମକ ଚମକ ଦେଇ କହିଥିଲେ ଏସମ୍ପର୍କରେ  ବାହାରେ ପ୍ରଘଟ କଲେ ସେ ନିଜେ  ବିଷ ପିଇ ଆତ୍ମହତ୍ୟା କରିବେ।  ଆଉ ଆତ୍ମହତ୍ୟା କଲେ ଏଥିପାଇଁ ଯୁବତୀ ଏବଂ ତାଙ୍କ ପରିବାର ଦାୟୀ ରହିବେ ଓ ସମସ୍ତେ ଜେଲ ଯିବେ ବୋଲି ଧମକ ଦେଇଥିଲେ । ଏଥିରେ ଭୟଭୀତ ହୋଇ ପରିବାର ଲୋକେ କିଛି ଦିନ ନୀରବ ରହିଥିଲେ । ପରେ ସାହସ କରି ଥାନା ରେ ଏତଲା ଦେଇଥିଲେ ।

ମହିଳା ହୋମଗାର୍ଡ ଜଣକ ଗତ ଚାରି ମାସ ହେବ ଡାବୁଗାଁ ଥାନାକୁ ବଦଳି ହୋଇଆସିଥିଲେ । ଏସମ୍ପର୍କରେ ଉମରକୋଟ ଏସଡିପିଓଙ୍କ ସହ ଯୋଗାଯୋଗ କରିବାରୁ ତଦନ୍ତ ଚାଲିଥିବାରୁ କିଛି କହିବାକୁ ମନା କରିଦେଇଛନ୍ତି । ମହିଳା ଗୃହରକ୍ଷୀ ଆଜି ଡାବୁଗାଁ ଥାନାକୁ ଆସିନଥିବା ଯୋଗୁଁ ଯୋଗାଯୋଗ ସମ୍ଭବ ହୋଇ ପାରି ନଥିଲା।

 

Leave A Reply

Your email address will not be published.