କୂଅକୁ ଡେଇଁ ଜୀବନ ହାରିବା ଉଦ୍ୟମ: ଯୁବକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

କୂଅକୁ ଡେଇଁ ଜୀବନ ହାରିବାକୁ ଉଦ୍ୟମ କରୁଥିଲେ ଯୁବକ। ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତିକଲା ଅଗ୍ନିଶମ ବିଭାଗ । ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରିରେ। କୂଅରେ ସେତେ ମାତ୍ରାରେ ପାଣି ନଥିବାରୁ ଯୁବକ ଜଣକ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ ବ୍ୟକ୍ତି ।

ମୋହନା (କେନ୍ୟୁଜ): କୂଅକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତିକଲା ଅଗ୍ନିଶମ ବିଭାଗ । ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରିରେ। ଗତକାଲି ଚାନ୍ଦିପୁଟ ଗାଁର ଆହ୍ୱାନ ପାଇକ ନାମକ ଜଣେ ଯୁବକ ଦେହ ଅସୁସ୍ଥ ଥିବାରୁ ଚନ୍ଦ୍ରଗିରି ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ତେବେ ଆଜି ସକାଳୁ ଚନ୍ଦ୍ରଗିରି ସୌରା ଉନ୍ନୟନ ସଂସ୍ଥା ପରିସରରେ ଥିବା ଗୋଟିଏ ପରିତ୍ୟକ୍ତ କୂଅକୁ ଯାଇ ଡେଇଁ ପଡିଥିଲେ । ତେବେ କୂଅରେ ସେତେ ମାତ୍ରାରେ ପାଣି ନଥିବାରୁ ଯୁବକ ଜଣକ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ ।

ଏଭଳି ଘଟଣା ଦେଖି ଲୋକେ ଚନ୍ଦ୍ରଗିରି ପୋଲିସ୍ ଫାଣ୍ଡିକୁ ଖବର ଦେଇଥିଲେ । ତେବେ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଦଉଡି ଏବଂ ଟିଉବ୍ ସାହାଯ୍ୟରେ ଉଦ୍ଧାର କରିବା ପାଇଁ ଚେଷ୍ଟା କଲେ ମଧ୍ୟ ଯୁବକ ଜଣକ କୂଅରୁ ବାହାରିବାକୁ ମନାକରିଥିଲା। ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ମୋହନା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି କୌଶଳକ୍ରମେ ଯୁବକଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ।

ତେବେ ଯୁବକ ଜଣକ ଅତ୍ୟଧିକ ମଦ୍ୟପାନ କରୁଥିବା ଯୋଗୁଁ ALCOHOLIC WITHDRAWAL SYNDROME ରୋଗରେ ପିଡୀତ ଥିବା କାରଣରୁ ତାହାର ମାନସିକ ସ୍ଥିତି ଠିକ୍ ରହୁନାହିଁ ତେଣୁ ସେ ଏଭଳି କାର୍ଯ୍ୟ କରୁଛି ବୋଲି ଡାକ୍ତର ଜଗତ୍ ଜ୍ୟୋତି ବିଶ୍ୱାଳ କହିଛନ୍ତି । ତେଣୁ ଡାକ୍ତର ଉକ୍ତ ଯୁବକଙ୍କୁ ବ୍ରହ୍ମପୁର MKCG କୁ ସ୍ଥାନାନ୍ତର କରିଛନ୍ତି । ପୋଲିସ୍ ଘଟଣା ଉପରେ ନଜର ରଖଛି ।

Leave A Reply

Your email address will not be published.