ବୀଭତ୍ସ ଘଟଣା : ଛାତ୍ରୀଙ୍କୁ ଜୀଅନ୍ତା ଜାଳିଦେଲା ଯୁବକ, ଶୌଚାଳୟରେ କିରୋସିନି ଢାଳି ଲଗାଇଦେଲା ନିଆଁ

ସୋର (କେନ୍ୟୁଜ): ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବୀଭତ୍ସ ଭାବେ ହତ୍ୟା । ଜୀଅନ୍ତା ଜାଳିଦେଲେ ଯୁବକ । ଶୌଚାଳୟ ଭିତରେ କିରୋସିନି ଢାଳି ମାରିଦେଇଛି ଯୁବକ। ବାଲେଶ୍ୱର ଜିଲ୍ଲା ଖଇରା ଥାନା ବାରିଙ୍ଗିଆରେ ଗାଁରେ ଘଟିଛି ଏଭଳି ଅମାନୁଷିକ କାଣ୍ଡ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମବାସୀମାନେ ଅଭିଯୁକ୍ତକୁ ଅଟକ ରଖିଛନ୍ତି।

ଖବର ଅନୁଯାୟୀ, ରବିବାର ସକାଳ ସମୟରେ ବାରିଙ୍ଗିଆ ଗାଁର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ଶୌଚାଳୟ ଭିତରେ ଜୀଅନ୍ତ ପୋଡି ମାରିଦେଇଛି ଜଣେ ଯୁବକ । ମୃତ ଛାତ୍ରୀଙ୍କ ନିକଟରେ ପଡିଛି କଟା ଚୁଟି, ଲାଇଟର ଓ ବିଷ ବୋତଲ । ଏପିରିକି ଛାତ୍ରୀଙ୍କୁ ମାରିବା ପୂର୍ବରୁ ଚୁଟି କାଟିଥିଲେ ଅଭିଯୁକ୍ତ । ଏହାପରେ ଯୁବତୀଙ୍କୁ କିରୋସିନି ଢାଳି ମାରିଦେଇଛି ସେହି ଗାଁର ଦୟାନିଧି ଜେନା । ଏବେ ଯାଏଁ ଏହା ପଛର କାରଣ ଅସ୍ପଷ୍ଟ ରହିଛି । ସେପଟେ ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ । ତେବେ ଯୁବକ ଜଣଙ୍କ କାହିଁକି ଛାତ୍ରୀଙ୍କୁ ଏଭଳି ନିର୍ମମ ଭାବରେ ହାତ୍ୟା କରିଛନ୍ତି ତାହାର କାରଣ ଅସ୍ପଷ୍ଟ ରହିଛି।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.