ଚଳନ୍ତା ଟ୍ରେନରୁ ଖସି ଯୁବକ ଗୁରୁତର, ଅବସ୍ଥା ସଙ୍କଟପନ୍ନ ହୋଇଥିବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର

ଗଞ୍ଜାମ : ଚଳନ୍ତା ଟ୍ରେନରୁ ଖସି ଯୁବକ ଗୁରୁତର । ଆଜି ସକାଳୁ ଗଞ୍ଜାମ ଜିଲ୍ଲା ରମ୍ଭାରୁ କିଛି ଯୁବକ ସାଙ୍ଗ ସାଥି ହୋଇ ପାସେଞ୍ଜର ମେମୋ ଟ୍ରେନ ଯୋଗେ ପୁରୀ ଯାଉଥିବା ବେଳେ, ବାଲୁଗାଁ ରେଳ ଷ୍ଟେସନ ଉତ୍ତର ରେ ଥିବା ଧୂଆଁଳ ରେଳ ଫାଟକ ପାଖରେ ଜଣେ ଯୁବକ ଟ୍ରେନରୁ ଖସିପଡ଼ିଥିଲେ । ଟ୍ରେନରୁ ଖସି ଯାଇଥିବା ବେଳେ ସ୍ଥାନୀୟ ଲୋକେ ଦେଖି ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।
ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ଆହତ ଯୁବକକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଲୁଗାଁ ମେଡିକାଲ ଭର୍ତ୍ତି କରିଥିଲେ । ପରେ ଖବର ପାଇ ପରିବାର ଲୋକେ ଓ ସାଙ୍ଗ ମାନେ ବାଲୁଗାଁ ମେଡିକାଲ ରେ ପହଞ୍ଚିଥିଲେ । ଯୁବକ ଘର ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଗଣ୍ଡା ପଲି, ବାଉରୀ ସାହିର ସିଲୁ ଦାସ, ବୟସ 28 ବୋଲି ଜଣାପଡିଛି । ଯୁବକ ର ମୁଣ୍ଡ ଓ ମୁହଁରେ ଶକ୍ତ ଆଘାତ ଲାଗିଥିବାରୁ ରକ୍ତସ୍ରାବ ହୋଇଥିବା ଦେଖାଦେଇଛି । ପରେ ଯୁବକର ଅବସ୍ଥା ସଙ୍କଟପନ୍ନ ହୋଇଥିବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।