ଆଠଗଡ଼: ଆଠଗଡ଼ ତିଗିରିଆ ଥାନା ପାଞ୍ଚଗାଁରେ ଚାଞ୍ଚଲ୍ୟ । ଗତକାଲି ବିଳମ୍ୱିତ ରାତିରେ ଜଣେ ବିଧବା ମହିଳାଙ୍କୁ ଘରେ କାମ କରୁଥିବା ଯୁବକ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସମ୍ପତ୍ତି ଲୋଭରେ ଗଳା କାଟି ହତ୍ୟା କରିଥିବା ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକ। ହତ୍ୟା କରିଥିବା ଯୁବକ ପାଞ୍ଚଗାଁର କାର୍ତ୍ତିକ ସେଠୀ । ଘଟଣା ପରେ ତିଗିରିଆ ଥାନାରେ ଅଭିଯୁକ୍ତ ଆତ୍ମସମର୍ପଣ କରିଛି । ଅଭିଯୁକ୍ତ ଭିନ୍ନକ୍ଷମ ହୋଇଥିବା ବେଳେ ଦଶ ବର୍ଷ ବୟସରୁ ମହିଳା ଜଣଙ୍କ ତାଙ୍କୁ ଘରେ ଆଶ୍ରୟ ଦେଇଥିଲେ । ସମ୍ପତ୍ତି ଲୋଭରେ ମହିଳାଙ୍କ ସହ ତାଙ୍କର ବିଭିନ୍ନ କଥାକୁ ନେଇ ଝଗଡ଼ା ଲାଗି ରହିଥିବା କୁହାଯାଉଛି । ଘଟଣା ସ୍ଥଳରେ ତିଗିରିଆ ପୋଲିସ୍ ପହଞ୍ଚି ତଦନ୍ତ କରୁଛି ।