ଗଞ୍ଜାମ: ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା, ଜଣକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ

ବ୍ରହ୍ମପୁର(କେନ୍ୟୁଜ୍): ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ରାଗପୁର ବାଲିବଣ ନିକଟରେ । ହତ୍ୟାର ଶୀକାର ହୋଇଥିବା ଯୁବକ ହେଲେ ବେଗୁନିଆପଡ଼ା ବ୍ଲକ ତାଳସର ପଞ୍ଚାୟତ ଭାବିନିପୁରର ପଙ୍କଜ ବୋଲି ଜଣାପଡ଼ିଛି । ବେଗୁନିଆପଡ଼ା ବ୍ଳକ ରାଗପୁର ଛକ ଆଦର୍ଶ ବିଦ୍ୟାଳୟ ନିକଟରେ ଥିବା ରାଗପୁର କୋଠ ଘର ନିକଟରେ ପଙ୍କଜକୁ ଆକ୍ରମଣ ହୋଇଥିଲା ।

ପୂର୍ବ ଯୋଜନା ମୁତାବକ ୬ରୁ ଅଧିକ ବ୍ୟକ୍ତି ଛକି ରହିଥିଲେ ଏବଂ ପଙ୍କଜ ସେହି ରାସ୍ତା ଦେଇ ଆସୁଥିବା ବେଳେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାରେ ବେଗୁନିଆପଡା ପୋଲିସ ଜଣକୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.