ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ପିଟିପିଟି ହତ୍ୟା, ଅଭିଯୁକ୍ତ ଗିରଫ

ବଡ଼ଗଡ଼ (କେନ୍ୟୁଜ): ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ତ ।  ଯୁବକଙ୍କୁ ପିଟିପିଟି ହତ୍ୟା ।  ବଡ଼ଗଡ଼ ଥାନା ରୁଗୁମା ପଞ୍ଚାୟତ ଶୁଣ୍ଢିପଲ୍ଲୀ ଗାଁରେ ହତ୍ୟାକାଣ୍ଡ। ଗତକାଲି ରାତିରେ ମିଟୁ ବିଶୋୟୀ ଓ କାଳୁ ନାୟକଙ୍କ ମଧ୍ୟରେ ବଚସା ହୋଇଥିଲା ।  ଏଥିରେ ଉତକ୍ଷିପ୍ତ ହୋଇ କାଳୁ ନାୟକ ମିଟୁଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ ।  ଆକ୍ରମଣ କରିବା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ କାଳୁ ।  ସ୍ଥାନୀୟ ଲୋକେ ମିଟୁଙ୍କୁ ଉଦ୍ଧାର କରି ଆସ୍କା ମେଡ଼ିକାଲରେ ଭର୍ତି କରିଥିଲେ ।  ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।  ବଡ଼ଗଡ଼ ପୋଲିସ ଘଟଣା ସ୍ଥଳରେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତଦନ୍ତ ଚାଲୁ ରଖିଛି ।

ସେହିପରି ଗତକାଲି ବାଲେଶ୍ବର ଶିଳ୍ପାଞ୍ଚଳ ଥାନା ସୁତେଇବଡଗାଁରେ ଗୁଳିକାଣ୍ଡ ହୋଇଥିଲା । ଚୋରା କାଠ ବ୍ୟବସାୟକୁ ନେଇ ପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଥିଲା । ସେକ୍ ଜସିନ୍ ନାମକ ଯୁବକଙ୍କୁ ଗୁଳିମାଡ଼ ହୋଇଥିଲା ।  ତାଙ୍କ ଛାତି ଓ ତଳି ପେଟରେ ବାଜିଥିଲା ଗୁଳି।  ସେହି ଗାଁର ସଞ୍ଜୟ ସିଂ ବିହାରୀ ଓ ତାର ଦୁଇ ସହଯୋଗୀ ଅତି ନିକଟରୁ ଗୁଳି ମାରିଥିବା ଅଭିଯୋଗ ହୋଇଥିଲା ।