ତହସିଲଦାର ଅଫିସ ଆଗରେ ଆତ୍ମହୁତି କରିଥିବା ଯୁବକ ମୃତ, ପେଟ୍ରୋଲ ଢାଳି ନିଜ ଦେହରେ ଲଗାଇଥିଲେ ନିଆଁ

ନୂଆପଡା ସଦର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗତକାଲି ଜଗଦିଶ ଚୌହାନ ନାମକ ଜଣେ ଯୁବକ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁରେ ପୋଡି ହୋଇ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର ହୋଇଥିଲେ। ଆଜି ଯୁବକଙ୍କ ମୃତ୍ୟୁ ଘଟିଛି।

ନୂଆପଡା (କେନ୍ୟୁଜ): ପେଟ୍ରୋଲ ଢାଳି ନିଆଁରେ ପୋଡି ହୋଇ ଯୁବକ ମୃତ। ନୂଆପଡା ସଦର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗତକାଲି ଜଗଦିଶ ଚୌହାନ ନାମକ ଜଣେ ଯୁବକ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁରେ ପୋଡି ହୋଇ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର ହୋଇଥିଲେ। ହେଲେ ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ଘଟିଛି।

ସୂଚନାମତେ ନୂଆପଡା ସଦର ବ୍ଲକ କଲ୍ୟାଣପୁର ଗାଁର ୩୫ ବର୍ଷିୟ ଯୁବକ ଜଗଦିଶ ଚୌହାନ ପରିବାରର ଆର୍ଥିକ ଅସୁବିଧାଥିବା ହେତୁ ନିଜ ଭାଗର ୧୬ ଡିସମିଲ ଜମି ବିକ୍ରି ପାଇଁ ନୂଆପଡା ତହସିଲ କାର୍ଯ୍ୟାଳୟରେ ଆବେଦନ କରିଥିଲେ।ହେଲେ ନୂଆପଡା ତହସିଲଦାର ଜମି ବିକ୍ରି ପାଇଁ ଅନୁମତି ଦେବାରେ ଜଗଦିଶଙ୍କୁ ବାରମ୍ବାର ହଇରାଣ କରିଆସୁଥିଲେ।ଗତକାଲି ଆବେଦନକାରୀ ଜଗଦିଶ ଚୌହାନ ପୁର୍ନବାର ନୂଆପଡା ତହସିଲ କାର୍ଯ୍ୟାଳୟକୁ ତହସିଲଦାରଙ୍କୁ ଭେଟିବାକୁ ଆସିଥିଲେ। ହେଲେ ନୂଆପଡା ତହସିଲଦାର ଜମି ପାଇଁ ଅନୁମତି ଦେବାକୁ ମନା କରିଦେଇଥିଲେ। ଯାହା ଫଳରେ ଜଗଦୀଶ ମାନସିକ ଭାରସାମ୍ୟ ହରାଇ ନୂଆପଡା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ନିଜ ଶରୀରରେ ପେଟ୍ରୋଲ ଢାଲି ନିଆ ଲଗାଇଥିଲେ। ତାଙ୍କ ଶରୀର ଅଧିକାଂଶ ନିଆଁରେ ପୋଡ଼ିଯାଇଥିଲା।

ପରେ ଗୁରୁତର ଅବସ୍ଥାରେ ଜଗଦିଶକୁ ଉଦ୍ଧାର କରି ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ତାଙ୍କ ଅବସ୍ଥା ଶଙ୍କଟାପନ୍ନ ହେବାରୁ ବୁର୍ଲା ମେଡିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ଜଗଦିଶଙ୍କ ମୃତ୍ୟୁ ଘଟିଛି। ଯାହାକୁ ନେଇ କଲ୍ୟାଣପୁର ଗାଁରେ ଏଵେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.