ସାହିତ୍ୟିକ କାର୍ତ୍ତିକ ଚନ୍ଦ୍ର ରଥଙ୍କ ପରଲୋକ

କେନ୍ୟୁଜ୍ : ଜାତୀୟ ଓ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ନାଟ୍ୟକାର ତଥା ସାହିତ୍ୟିକ କାର୍ତ୍ତିକ ଚନ୍ଦ୍ର ରଥଙ୍କର ପରଲୋକ ହୋଇଛି । ହୃଦ୍‌ଘାତରେ ତାଙ୍କର ଦେହାନ୍ତ ହୋଇଛି । କାର୍ତ୍ତିକ ଚନ୍ଦ୍ର ୬୦ରୁ ଅଧିକ ନାଟକର ସ୍ରଷ୍ଟା । ଅନେକ ଓଡ଼ିଆ ଓ ହିନ୍ଦି ଚଳିଚିତ୍ର ଚିତ୍ରନାଟ୍ୟ ଲେଖକ ଥିଲେ । ଗତ ୪୦ ବର୍ଷ ଧରି ରାଜ୍ୟ ଓ ଜାତୀୟ ସ୍ତରୀୟ ନାଟ୍ୟ ମହୋତ୍ସବରେ ଅଂଶ ଗ୍ରହଣ କରି ଅନେକ ଥର ଶ୍ରେଷ୍ଟ ନାଟ୍ୟକାର ଓ ନିର୍ଦ୍ଦେଶକ ଭାବେ ସମ୍ମାନୀତ ହୋଇଥିଲେ କାର୍ତ୍ତିକ ଚନ୍ଦ୍ର ।