ମହାବିଦ୍ୟାଳୟରେ ଚୋରି ଅଭିଯୋଗ, ତଦନ୍ତ ଚଳାଇଛି ପୋଲିସ

ମହାବିଦ୍ୟାଳୟରେ ଲୁଟ । ମହାବିଦ୍ୟାଳୟର ଛାତ୍ରାବାସରୁ ଦୁର୍ବୁତ୍ତ ମାନେ ଲୁଟି ନେଇଛନ୍ତି ୪୦ଗୋଟି ଫ୍ୟାନ ସହ ବିଭିନ୍ନ ସାମଗ୍ରୀ । ଯାଜପୁର ଜିଲ୍ଲା ଚଣ୍ଡିଖୋଲସ୍ଥିତ ବାବା ଭୈରବାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ଆସିଛି ଏଭଳି ଅଭିଯୋଗ । ମହାବିଦ୍ୟାଳୟର ନୂତନ ଛାତ୍ରାବାସରୁ ପାଖାପାଖି ୪୦ଟି ଫ୍ୟାନ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଛି । ଏନେଇ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ବଡ଼ଚଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଦୁର୍ବୁତ୍ତମାନେ ଲୁଟ କରିଥିବା ଅଭିଯୋଗରେ ଦର୍ଶଯାଇଛି । ଅନ୍ୟପକ୍ଷରେ ଛାତ୍ରାବାସରେ ଲାଗିଥିବା ସ୍କାଏ ଲାଇଟ କାଚ ନଥିବାରୁ ସେହି ବାଟ ଦେଇ ଦୁର୍ବୁତ୍ତ ମାନେ ପଶି ଲୁଟ କରିଥିବା ସନ୍ଦେହ କରାଯାଉଛି ।
ସେହିପରି ଛୁଟି ସମୟରେ ଜଗୁଆଳି ବ୍ୟବସ୍ଥା କଡାକଡି କରାଯାଇନଥିବା ଅଭିଯୋଗ ହୋଇଛି । ଅଭିଯୋଗ ପାଇଁ ବଡ଼ଚଣା ପୋଲିସ ମହାବିଦ୍ୟାଳୟରେ ପହଞ୍ଚି ସିସିଟିଭି ଫୁଟେଜକୁ ଜବତ କରିବା ସହ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଚଳାଇଛି।
ପୂର୍ବରୁ ଘରେ ଓ ଦୋକାନ ବଜାରରେ ଲୁଟ ହେଉଥିଲା । କିନ୍ତୁ ଚୋରଙ୍କ ପ୍ରାଦୁର୍ଭାବ ଏତେ ଅଧିକ ହୋଇଗଲାଣି ଯେ ଏମାନେ କଲେଜରେ ପଶି ଲୁଟିବାକୁ ପଛାଉ ନାହାନ୍ତି । ତେବେ ତୁରନ୍ତ ଘଟଣାର ତଦନ୍ତ କରାଯାଇ ଚୋରମାନଙ୍କୁ ଧରାଯାଉ ତାହା ହିଁ ସମସ୍ତଙ୍କ ଦାବି ।