ଝରକା ଗ୍ରୀଲ ଭାଙ୍ଗି ପୂର୍ବତନ ବ୍ୟାଙ୍କ ମ୍ୟାନେଜରଙ୍କ ଘରେ କଳାକନା ବୁଲାଇଲେ ଚୋର

ଧର୍ମଗଡ(କେନ୍ଯୁଜ୍): ପୂର୍ବତନ ବ୍ୟାଙ୍କ ମ୍ୟାନେଜରଙ୍କ ଘରୁ ଚୋରି । ଘରେ ପଶି ୧୦ ଭରି ସୁନା, ୫୦ ତୋଳା ରୁପା ଓ ନଗଦ ୩୦ ହଜାର ଟଙ୍କା ଲୁଟ ହୋଇଛି । ଧର୍ମଗଡ କୋକସରା ଥାନା ଟେମରା ହଂସପଡା ଗାଁର ନରେନ୍ଦ୍ର ନାଏକଙ୍କ ଘର ପଛପଟେ ଥିବା ଝରକା ଗ୍ରୀଲ ଭାଙ୍ଗି ଘର ଭିତରେ ପଶିଥିଲେ ଦୃବୁର୍ତ୍ତ ।

ଘଟଣା ସମ୍ପର୍କରେ କୋକସରା ପୋଲିସକୁ ଖବର ଦିଆଯାଇଛି । ଘଟଣାସ୍ଥଳରେ କୋକସରା ଥାନା ଅଧିକାରୀ ଓ ଧର୍ମଗଡ ଏସଡିପିଓ ପହଞ୍ଚି ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଆରମ୍ଭ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.