ନିଜ ଘର ଭଳି ଗେଟ ଖୋଲି ଭିତରକୁ ପଶିଲା ସିଲିଣ୍ଡର ଧରି ଚାଲିଲା, ବିଡିଓଙ୍କ ଘରୁ ଚୋରି କରିଛି ଏ ଚୋର

ଏ ଚୋରର ଭାରି ସାହସ ଆଜ୍ଞା ସେଥପାଇଁ ତ ବ୍ଲକ ବିଡିଓଙ୍କ ସିଲିଣ୍ଡର ଟେକିନେଇଗଲା ।

ପୋଲସରା (କେନ୍ୟୁଜ) : ସିସିଟିଭିରେ କଏଦ୍‌ ହେଲା ଚୋରୀର ଲାଇଭ୍‌ ଭିଜୁଆଲ୍‌ । କ୍ୟାମେରାରେ ରେକର୍ଡ ହୋଇଗଲା ଚୋରର ସବୁ କାରନାମା । କ୍ୟାମେରା ନଥିଲେ ବୋଧହୁଏ ଏ ଚୋର ଆଉ ଚୋରୀ ବିଷୟରେ ଜଣା ହିଁ ପଡିନଥାନ୍ତା । ହଁ ଆଜ୍ଞା କ୍ୟାମେରାରେ କଏଦ ହେଲା ସିଲିଣ୍ଡର ଚୋର । ତାପୁଣି ସରକାରୀ କ୍ୱାର୍ଟରରୁ ଚୋରୀ । ତାପୁଣି ଏମିତି ସେମିତି ନୁହେଁ ବିଡିଙ୍କ ଘରୁ ଚୋରୀ । ଏ ଚୋରର ଭାରି ସାହସ ଆଜ୍ଞା ସେଥପାଇଁ ତ ବ୍ଲକ ବିଡିଓଙ୍କ ସିଲିଣ୍ଡର ଟେକିନେଇଗଲା ।

ଭୀମ ଭଳି କାନ୍ଧରେ ସିଲିଣ୍ଡର ପକାଇ ଏ ଚୋର ନେଇଗଲା ସିଲିଣ୍ଡର । ତାସହିତ ଘରେ ଥିବା ଏକ ମୋବାଇଲ ଫୋନ୍‌ ମଧ୍ୟ ନେଇଯାଇଛି ଚୋର । ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଳକ ବିଡିଓଙ୍କ କ୍ୱାର୍ଟର ଭିତରୁ ଦିନ ଦ୍ଵିପ୍ରହରରେ ଚୋରି ହୋଇଥିବା ନେଇ ସିଶି ଟିଭିରେ କଏଦ ହୋଇଛି । ବିଡିଓ ସନ୍ତୋଷ ଜେନା ସରକାରୀ କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ କ୍ୱାର୍ଟରରେ କେହି ନଥିବା ସୁଯୋଗରେ ଏ କାଣ୍ଡ ଭିଆଇଛି ଚୋର । ଏ ଚୋର ଆସି ପ୍ରଥମେ କ୍ୱାଟରର ମୁଖ୍ୟ ଗେଟ ପାଖରେ ଆଉଜିକି ଛିଡା ହେଲା । ତାପରେ ଧୀରେ ଧୀରେ କୌଶଳର ସହିତ ଖୋଲିଥିଲା।

କ୍ୱାର୍ଟର ଭିତରେ ପଶି ଏକ ମୋବାଇଲ୍ ଫୋନ ସହ ଗୋଟିଏ ଭରା ଗ୍ୟାସ ସିଲିଣ୍ତରକୁ ଚୋରି କରି ଚମ୍ଫଟ ମାରିଥିଲା ଏ ଚୋର । ଯାହାର ପୂୂରା ଚିତ୍ର ଆଜ୍ଞା ଆପଣ ଦେଖିପାରୁଥିବେ । ଦେଖନ୍ତୁ କେମିତି ଧୀରେ ଧୀରେ ଗେଟ ଖୋଲି ଭିତରେ ପଶିଲା ଚୋର । ସେତେବେଳେ ତାହାତରେ କିଛି ନଥିଲା କିନ୍ତୁ ତାପରେ କିଛି ସମୟ ପରେ ଫେରିଲାବେଳକୁ କାନ୍ଧରେ ଗ୍ୟାସ୍‌ ଟାଙ୍କିକୁ ଧରି ଆସୁଥିବାର ଦେଖାଗଲା । ଖାଲି ସେତିକି ନୁହେଁ ଘରେ ଥିବା ମୋବାଇଲ ଫୋନକୁ ବି ନେଇଯାଇଛି ଚୋର । ସିସି ଟିଭିର ଫୁଟେଜ ଆଧାରରେ ବୁଗୁଡା ଥାନାରେ ଅଭିଯୋଗ କରାଯିବା ନେଇ ସୂଚନା ମିଳିଛି ।

You might also like