ସୁନା ଦୋକାନରୁ ଚୋରି, ସିସିଟିଭି ଫୁଟେଜରେ ଭିଡିଓ କଏଦ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ନିକଟ ଆଳି ବଜାରରୁ ଗତକାଲି ବିଳମ୍ବିତ ରାତିରେ ସୁନା ଦୋକାନର ଆଜେବେଷ୍ଟ ତାଢ଼ି ଦୁର୍ବୃତ୍ତ ମାନେ ଲକ୍ଷ୍ୟାଧିକ ଟଙ୍କାର ସୁନା ଗହଣା ଚୋରି କରି ନେଇଯାଇ ଥିବାର ଆଳି ଥାନାରେ ଅଭିଯୋଗ କରିଛନ୍ତି ସୁନା ଦୋକାନୀ ।  ଚୋରି କରୁଥିବାର ଦୃଶ୍ୟ ସିସି ଟିଭି ଫୁଟେଜରେ କଏଦ ହୋଇଯାଇଛି ।

ସବୁ ସତ୍ତ୍ୱେ ମଧ୍ୟ ଥାନା ପାଖରୁ ମାତ୍ର ୧୦୦ମିଟର ଦୂରରୁ କିପରି ଚୋର ଚୋରି କରିବାକୁ ସାହାସ କଲା ତାହାକୁ ନେଇ ଏବେ ବୁଦ୍ଧିଜୀବୀ ମହଲରେ ଭିନ୍ନ ପତିକ୍ରିୟା ଲାଗିରହିଛି।  ଏନେଇ ପୋଲିସ ଅଭିଯୋଗ ପାଇବାପରେ ଘଟଣା ସ୍ଥଳରେ ପହଁଚି ତଦନ୍ତ ଚଳାଇଛି ।

You might also like