ରାଜ୍ୟ

ଐତିହାସିକ ଶ୍ରୀ ଶ୍ରୀ ଦକ୍ଷେଶ୍ୱର ମନ୍ଦିର ପରିସରରୁ ୨୨ ଗୋଟି ପୁରୁଣା ମୂର୍ତ୍ତି ଚୋରି, ପୂର୍ବରୁ ମଧ୍ୟ ଦୁଇ ଥର ଘଟିସାରିଛି ଏହି ଘଟଣା

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନ.ଏସି.ସି ସହର ମଧ୍ୟ ଭାଗରେ ଥିବା ବାଣପୁର ତଥା ଓଡ଼ିଶାର ପୁରାତନ ତଥା ଐତିହାସିକ ମନ୍ଦିର ଶ୍ରୀ ଶ୍ରୀ ଦକ୍ଷେଶ୍ୱର ମନ୍ଦିର ପରିସରରୁ ଏକ ବଡ଼ ଚୋରି ହୋଇଛି l ମନ୍ଦିରରୁ ଶହ ଶହ ବର୍ଷ ପୁରୁଣା ୨୨ ଗୋଟି ମୂର୍ତ୍ତି ଚୋରି ହିଇଯାଇଛି l ସୂଚନା ମୁତାବକ ପ୍ରଭାତରେ ପ୍ରତିଦିନ ପରି ଠାକୁର ପୂଜା ପାଇଁ ପୂଜକ ମନ୍ଦିର ମଧ୍ୟରେ ପ୍ରବେଶ କଲା ବେଳକୁ ମନ୍ଦିରର ମୁଖ୍ୟ କବାଟ ସହ ଗର୍ଭଗୃହର ଅନ୍ୟ ଦୁଇ କବାଟ ତାଲା ଭଙ୍ଗା ଯାଇଥିବା ସହ ମନ୍ଦିର ମଧ୍ୟରେ ଥିବା ୩୧ ଗୋଟି ମୂର୍ତ୍ତି ମଧ୍ୟରୁ ୨୨ ଗୋଟି ମୂର୍ତ୍ତି ନଥିବା ଦେଖିଥିଲେ ।

ମୂର୍ତ୍ତି ମଧ୍ୟରୁ ମା କନକଦୁର୍ଗା, ଗୋପୀନାଥ ଦେବ, କଳିଯୁଗେଶ୍ବର ଦେବ ଏବଂ ଚନ୍ଦ୍ରଶେଖର ଦେବ ଆଦି ପ୍ରମୁଖ l ପୂଜକ ସଙ୍ଗେ ସଙ୍ଗେ ଏ ଖବର ଦେବୋଦତ୍ତର କମିଟିକୁ ଜଣାଇଥିଲେ । ଦେବୋଦତ୍ତର କମିଟି ବାଣପୁର ପୋଲିସ ୟକୁ ଖବର ଦେଇଥିଲେ l ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ବାଣପୁର ଆଇଆଇସି ସଞ୍ଜୟ ପଟ୍ଟନାୟକ ସଦଳବଳେ ପହଁଚି ତନାଘନା ଆରମ୍ଭ କରିଦେବା ସହ ବିଭିନ୍ନ ଟିମ ତିଆରି କରି ତଦନ୍ତ ଜାରି ରଖିଛନ୍ତି l

ସେପଟେ ସାଇଣ୍ଟିଫିକ ଟିମ ସହ ବିଭାଗୀୟ ଉଚ୍ଚ ଅଧିକାରୀ ପହଁଚି ଘଟଣାର ଅନୁଧ୍ୟାନ କରିଛନ୍ତି l ବର୍ତମାନ ମନ୍ଦିର ପରିସରରେ ଏସ.ଆଇ ବିଜୟ ମଲ୍ଲିକ, ରାଜକିଶୋର ବେହେରା, ଏ.ଏସ.ଆଇ ବସନ୍ତ ପଟ୍ଟନାୟକ, ନମିତା ନାୟକ ଏବଂ ଅନ୍ୟ ପୋଲିସ ଅଧିକାରୀମାନେ ଖୋଳତାଡ଼ ଆରମ୍ଭ କରିଛନ୍ତି l ସୂଚନା ଥାଉକି ପୂର୍ବରୁ ମଧ୍ୟ ଦୁଇ ଥର ଉକ୍ତ ମନ୍ଦିରରୁ ଚୋରି ହୋଇଥିଲା l ତେବେ ଦେବୋଦତ୍ତର କମିଟି ଏବଂ ଭାରତୀୟ ପ୍ରତ୍ନତତ୍ୱ ବିଭାଗର ଅବହେଳା ଲାଗି ଏହିପରି ଘଟଣା ବାରମ୍ବାର ଘଟୁଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି l

Sonalisa

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

41 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

47 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

11 hours ago