ପୁଣି ରାଜଧାନୀର ଆପାର୍ଟମେଣ୍ଟରୁ ଚୋରି, ୫୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଗହଣା ଲୁଟ

ଥମୁନି ଆପାର୍ଟମେଣ୍ଟ ଲୁଟ୍। ପୁଣି ରାଜଧାନୀର ଆପାର୍ଟମେଣ୍ଟରୁ ଚୋରି । କଳରାହାଙ୍ଗ ସତ୍ୟବାଦୀ ରେସିଡେନ୍ସିର ଦୁଇଟି ଫ୍ଲାଟରୁ ଲୁଟ୍ ହୋଇଛି। ୫୦ ଲକ୍ଷ୍ୟରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଗହଣା ଲୁଟିନେଇଛନ୍ତି ଦୁର୍ବୃତ୍ତ ।

ଭୁବନେଶ୍ୱର (କେନ୍ୟୁଜ): ଥମୁନି ଆପାର୍ଟମେଣ୍ଟ ଲୁଟ୍। ପୁଣି ରାଜଧାନୀର ଆପାର୍ଟମେଣ୍ଟରୁ ଚୋରି । କଳରାହାଙ୍ଗ ସତ୍ୟବାଦୀ ରେସିଡେନ୍ସିର ଦୁଇଟି ଫ୍ଲାଟରୁ ଲୁଟ୍ ହୋଇଛି। ୫୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଗହଣା ଲୁଟିନେଇଛନ୍ତି ଦୁର୍ବୃତ୍ତ । ଘରେ କେହି ନଥିବା ସୁଯୋଗ ନେଇ କଳାକନା ବୁଲାଇଛନ୍ତି ଲୁଟେରା । ଆପାର୍ଟମେଣ୍ଟରେ ସମସ୍ତ ଲୁଟେରା ବୁଲୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ମଞ୍ଚେଶ୍ବର ଥାନା ପୋଲିସ ।