ପୋଲିସ୍ ଆଖିରେ ଧୂଳିଦେଇ ମନ୍ଦିରରୁ ୧୫ଟି ମୂର୍ତ୍ତୀ ନେଇ ଛୁ ମାରିଲେ ଲୁଟେରା

ପିପିଲି(କେନ୍ୟୁଜ୍‌) : ଲକ୍ଷ୍ମୀନୃସିଂହ ମନ୍ଦିରରୁ ଚୋରି। ଗତକାଲି ବିଳମ୍ବିତ ରାତିରେ ପିପିଲି ବ୍ଲକ୍ ନୂଆଶାସନ ଗ୍ରାମର ଆରାଧ୍ୟ ଠାକୁର ପ୍ରଭୁ ଲକ୍ଷ୍ମୀନୃସିଂହ ମନ୍ଦିରରୁ ଚୋରି ହୋଇଥିବା ଜଣାପଡିଛି । ଏହି ମନ୍ଦିରଟି ତୃତୀୟ ନରସିଂହ ଦେବଙ୍କ ସମୟରେ ନିର୍ମାଣ ହୋଇଥିଲା।ଶେଷଦେବ, ବାସୁଦେବ, ଚନ୍ଦ୍ରଶେଖର, ଦୁର୍ଗାମାଧବ, ଲକ୍ଷ୍ମୀଙ୍କ ସମେତ ମୋଟ ୧୫ଗୋଟି ମୂର୍ତ୍ତୀ ସହିତ ଠାକୁରଙ୍କ ମୁକୁଟ, ଖଡ଼ୁ ଏବଂ ଦାନବାକ୍ସରୁ ଚୋରି ହୋଇଯାଇଛି ।

lootera

ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ଏହି ମନ୍ଦିରକୁ ଦୁଇ ଜଣ ପୋଲିସ କର୍ମଚାରୀ ଜଗିଥିବା ବେଳେ ତାଙ୍କୁ ଚକମା ଦେଖାଇ ଚୋର ମନ୍ଦୀରରୁ ଚୋରି କରି ନେଇଛନ୍ତି। ଏଠି ବଡ ପ୍ରଶ୍ନ ଉଠୁଛି ପୋଲିସ୍ ଥାଇ ଯଦି ମନ୍ଦିରରୁ ଚୋରି ହେଉଚି ତେବେ ମନ୍ଦିରକୁ ସୁରକ୍ଷା ଦେବ କିଏ ? ଗତକାଲି  ନିତିକ୍ରାନ୍ତି ସାରି ପୂଜକ ରାତ୍ର ୧୦ଟାରେ ମନ୍ଦିର ପହଡ଼ ପକାଇଥିଲେ।

ଆଜି ସକାଳୁ ପୂଜକ ମନ୍ଦିରକୁ ଆସିବା ପରେ ଦେଖନ୍ତି ତ ମନ୍ଦିର କବାଟ ର ତାଲା ଭଙ୍ଗା ଯିବା ସହିତ ମନ୍ଦିର ଖୋଲା ପଡ଼ିଛି। ମନ୍ଦିର ଭିତରେ ସିଂହାସନରେ କେବଳ ନୃସିଂହଙ୍କ ମୂର୍ତ୍ତୀ ଛାଡ଼ି ଆଉ କୌଣସି ମୂର୍ତ୍ତୀ ନାହିଁ । ଏହି ଘଟଣା ସାମ୍ନାକୁ ଆସିବା ପରେ ଗ୍ରାମରେ ଚାପା ଉତ୍ତେଜନା ଦେଖାଦେଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।