ଷ୍ଟାର ହୋଟେଲରେ ଡାକ୍ତର ଦମ୍ଫତିଙ୍କ ବାହାଘରରୁ ଚୋରି ଘଟଣା, ପୁରୀରୁ ଧରାପଡ଼ିଲା ଅଭିଯୁକ୍ତ

ଭୁବନେଶ୍ୱର : ପୁରୀରେ ଧରାପଡ଼ିଲା ଭଦ୍ରବେଶୀ ଲୁଟେରା । ଭୁବନେଶ୍ବରର ଏକ ଷ୍ଟାର ହୋଟେଲରେ ବାହାଘର ବେଳେ ହୋଇଥିବା ଚୋରି ଘଟଣାରେ ଧରାପଡ଼ିଲା ଅଭିଯୁକ୍ତ । ପୁରୀର ବଳିଆପଣ୍ଡା ଅଞ୍ଚଳରେ ଏକ ହୋଟେଲରେ ଚୋରି କରୁଥିବା ବେଳେ ସ୍ୟିକୁରିଟି ଗାର୍ଡ ତାକୁ କାବୁ କରି ପୋଲିସ ଜିମା ଦେଇଛନ୍ତି । ଅଭିଯୁକ୍ତ ଜଣକ ମଧ୍ୟପ୍ରଦେଶ ରାଜଗଡ଼ର ରିତେଶ ସିଶୋଦିଆ । ରିତେଶ ନିକଟରୁ ଏକ ଟ୍ରଲି ବ୍ୟାଗ ଜବତ କରିବା ସହ ତାକୁ କୋର୍ଟ ଚାଲାଣ କରାଯାଇଛି । ଭୁବନେଶ୍ବରରେ ହୋଇଥିବା ଚୋରି ମାମଲାରେ ମୈତ୍ରୀବିହାର ପୋଲିସ ଅଧିକ ପଚରା ଉଚରା କରିବ ।

ସୂଚନା ଅନୁସାରେ ଗତକାଲି ରାଜଧାନୀ ଭୁବନେଶ୍ବରରେ ଏକ ଷ୍ଟାର ହୋଟେଲରେ ଡାକ୍ତର ଦମ୍ପତିଙ୍କ ବାହାଘର ଚାଲିଥିଲା । ଏହି ସମୟରେ ୨ ଜଣ ଧୂର୍ତ୍ତ ଯୁବକ ଅତିଥି ବେଶରେ ଆସି କଳାକନା ବୁଲାଇଥିଲେ । ଡାକ୍ତର ଦମ୍ପତିଙ୍କୁ ଉପହାରରେ ମିଳିଥିବା ନଗଦ ଅଢେଇ ଲକ୍ଷ ଟଙ୍କା ଓ ସୁନା ଗହଣା ଲୁଟ୍ କରି ନେଇ ଯାଇଥିଲେ । ସିସିଟିଭିରେ ଦୁଇ ଧୂର୍ତ୍ତଙ୍କର ଭିଜୁଆଲ କଏଦ୍ ହୋଇଥିଲା । ମାତ୍ର ୧୫ ମିନିଟ୍ ଭିତରେ ଦୁଇ ଚୋର ଘଟଣାସ୍ଥଳରୁ ଟଙ୍କା ଓ ଗହଣା ଭର୍ତ୍ତି ବ୍ୟାଗ୍ ଉଠାଇ କାରରେ ଛୁ’ ମାରିଥିବା ଦେଖିବାକୁ ମିଳିଥିଲା । ତେବେ ପୁରୀର ବଳିଆପଣ୍ଡା ଅଞ୍ଚଳରେ ଏକ ହୋଟେଲରେ ଚୋରି କରୁଥିବା ବେଳେ ଉକ୍ତ ଲୋକକୁ ସ୍ୟିକୁରିଟି ଗାର୍ଡ କାବୁ କରି ପୋଲିସ ଜିମା ଦେଇଛନ୍ତି ।  ଅଭିଯୁକ୍ତ ଜଣକ ମଧ୍ୟପ୍ରଦେଶ ରାଜଗଡ଼ର ରିତେଶ ସିଶୋଦିଆ ବୋଲି ଜଣାପଡିବଛି ।

 

 

ଆହୁରି ପଢନ୍ତୁ : ଅତିଥି ବେଶରେ ଆସି କଳାକନା ବୁଲାଇଲେ ଦୁର୍ବୃତ୍ତ, ବାହାଘରରେ ମିଳିଥିବା ଟଙ୍କା ଓ ସୁନା ଅଳଙ୍କାର ଲୁଟ୍