ମା ତାରାତାରିଣୀଙ୍କ ମନ୍ଦିରରୁ ଚୋରି ଘଟଣା, ୬ ଜଣଙ୍କୁ ଗିରଫ କଲା ପୁରୁଷୋତ୍ତମପୁର ଥାନା ପୋଲିସ

ଗଂଜାମ: ଗଂଜାମର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ମନ୍ଦିରରୁ ଚୋରି ଘଟଣା । ଚୋରିରେ ସମ୍ପୃକ୍ତ ଥିବା ୬ ଜଣଙ୍କୁ ଗିରଫ କଲା ପୁରୁଷୋତ୍ତମପୁର ଥାନା ପୋଲିସ । ୬ ଜଣଙ୍କ ମଧ୍ୟରେ ରହିଛନ୍ତି ୪ ଜଣ ସେବାୟତ ଓ ୨ ଜଣ ରାତ୍ର ଜଗୁଆଳୀ ଅଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ରାତ୍ର ଜଗୁଆଳୀ କାଳିଆ ଦାସ, ବଳିଆ ନାୟକ ଏବଂ ସେବାୟତ ଅମୂଲ୍ୟ ରଣା, ବିକାଶ ରଣା, ଗୈାତମ ରଣା ଓ ରବୀନ କୁମାର ରଣା । ଅଭିଯୁକ୍ତଙ୍କ ଠାରୁ ୩୯‌ ହଜାର ଟଙ୍କା, କଟର ମେସିନ, ଇଲେକଟ୍ରିକ ତାର, ତିନୋଟି ମୋଟର ସାଇକେଲ, ତିନୋଟି ମୋବାଇଲ ଜବତ କରିଛି ପୋଲିସ । ଚୋରି ହୋଇଥିବା ଦୁଇଟି ରୂପା ମୁଖା ଓ ଗୋଟିଏ ରୂପା ଛତ୍ରୀର ତଦନ୍ତ ଜାରି ରହିଛି ।

ସୂଚନା ଅନୁସାରେ ଗତ ୬ ତାରିଖରେ ମାଁ ତାରାତାରିଣୀଙ୍କ ମନ୍ଦିରରୁ ଚୋରି ହୋଇଥିବା ନେଇ ପୁରୁଷୋତ୍ତମପୁର ଥାନାରେ ଅଭିଯୋଗ ହୋଇଥିଲା । ମା’ଙ୍କୁ ଚୋର ମାନେ ସ୍ପର୍ଶ କରିଥିବା ଯୋଗୁଁ ମା’ଙ୍କୁ ୮ ତାରିଖରେ ମହାସ୍ନାନ କରାଯାଇଥିଲା ।

You might also like