ଦୋକାନ ସାମ୍ନାରେ ବିକ୍ରୀ ପାଇଁ ଥୁଆ ହୋଇଥିବା ଫ୍ଯାନ୍ ନେଇ ଚମ୍ପଟ ମାରିଲା ଚୋର, ସିସିଟିଭିରେ କଏଦ ହେଲା ଭିଜୁଆଲ୍

ଖୋର୍ଦ୍ଧା: ଦିନକୁ ଦିନ ଆମ ସମାଜରେ ବଢିଚାଲିଛି ଅପରାଧ । ଚୋରି,ଡକାୟତି,ଛିନତାଇ ଆଉ ମର୍ଡର, ଏସବୁ ପାଲଟିଛି ବର୍ତ୍ତମାନର ନିତିଦିନିଆ ଘଟଣା । ଯାହା ଯୁବପୀଢିଙ୍କ ସଉକ୍ ପୁରଣ କରିବାର ଏକ ଟ୍ରେଣ୍ଡ ପାଲଟିଯାଇଛି । ବିନା ଭୟରେ ଏମାନେ ପୋଲିସ୍ ପ୍ରଶାସନକୁ ଚାଲେଞ୍ଜ ଉପରେ ଚାଲେଞ୍ଜ ଦେଇ ଚାଲିଛନ୍ତି। ବ୍ରାଉନ୍ ସୁଗର, ମଦ, ଗଞ୍ଜେଇ ଆଦି ନିଶା ଦ୍ରବ୍ଯ ପାଇଁ ବିଶେଷ କରି ଆଜିର ଯୁବପୀଢି ଏହି ପନ୍ଥା ଆପଣେଇ ନେଇଛନ୍ତି । ପ୍ରଥମେ ନିଜେ ସେବନ କରିବାରେ ଅଭ୍ଯସ୍ତ ହେଉଛନ୍ତି ଆଉ ତାପରେ ପାଲଟୁଛନ୍ତି ଏସବୁ ବିକ୍ରୀ କରିବାର ସୂତ୍ରଧର।

ଏମିତି ଏକ ଘଟଣା ଯାହା ସିସିଟିଭିରେ କଏଦ ହୋଇଯାଇଛି । ଭିଜୁଆଲରେ ଯାହା ଦେଖିବାକୁ ମିଳୁଛି ଦୁଇ ଜଣ ଯୁବକ ଗାଡିରେ ଆସି ଏକ ଦୋକାନ ସାମ୍ନାରେ ଅଟକୁଛନ୍ତି। ଦୋକାନଟି ବାହାରେ ବିକ୍ରୀ ପାଇଁ କିଛି ଷ୍ଟାଣ୍ଡିଙ୍ଗ୍ ଫ୍ଯାନ୍ ଥୁଆ ହୋଇଛି । ତେବେ ଦୁଇ ଜଣଙ୍କ ଭିତରୁ ଜଣେ ଗାଡିରୁ ଓହ୍ଲାଇ ଦୋକାନ ଭିତରୁ ଯାଉଥିବାବଳେ ଅନ୍ଯ ଜଣେ ଗାଡି ବୁଲାଇ ତାକୁ ଅପେକ୍ଷା କରିଛି । କିଛି ସମୟ ଯୁବକ ଜଣଙ୍କ ଦୋକାନ ଭିତରେ ରହିବା ପରେ ବାହାରକୁ ଆସୁଛି, ଆଉ ସୁଯୋଗ ପାଇବା କ୍ଷଣି ଦୋକାନ ବାହାରେ ଥୁଆ ହୋଇଥିବା ଷ୍ଟାଣ୍ଡିଙ୍ଗ୍ ଫ୍ଯାନ୍ ଭିତରୁ ଗୋଟାକୁ ଉଠାଇ ନେଇ ଗାଡି ଛୁ ମାରୁଛି । ତେବେ ଦୋକାନୀ ତୁରନ୍ତ ଜାଣିବା କ୍ଷଣି ନିଜ ସ୍କୁଟିରେ ଚୋରଙ୍କ ପିଛା କରୁଛନ୍ତି । ତେବେ ଏହି ଘଟଣାଟି ଖୋର୍ଦ୍ଧାର। ଯାହା ଗତ ୧୭ତାରିଖ ଦିନର ।

ତେବେ ଏକଥା କିଛି ନୂଆ ନୁହେଁ । ଆଜିକାଲି ସହରଠୁ ଆରମ୍ଭ କରି ଗାଁ ଯାଏ, ପ୍ରତିଟି ଗଳି କନ୍ଦିରେ ଏମିତି ଘଟଣା ଘଟୁଛି । ଆଉ ତା ଭିତରୁ କିଛି ଚୋରଙ୍କୁ କାବୁ କରାଯାଇପାରୁଛି ତ ଆଉ କିଛି ପୋଲିସ୍ ଆଖିରେ ଧୂଳି ଦେଇ ଏମିତି ଅପରାଧ ଘଟାଇ ଚାଲିଛନ୍ତି । ଏଥି ପାଇଁ ଆମେ ଆବଶ୍ଯକ ଠାରୁ ଅଧିକ ସତର୍କତା ଅବଲମ୍ବନ କରିବା ନିହାତୀ ଜରୁରୀ ହୋଇପଡିଛି ।

 

Leave A Reply

Your email address will not be published.