କଂସା ବାସନ ଦୋକାନରୁ ଚୋରି ସମୟର ଦୃଶ୍ୟ ସିସିଟିଭିରେ କଏଦ

କିଛି ଦିନର ନୀରବତା ପରେ ପୁଣି ଥରେ ବାଲିଗୁଡାରେ ସକ୍ରିୟ ହୋଇଛନ୍ତି ଲୁଟେରା ଗ୍ୟାଙ୍ଗ l କଂସା ବାସନ ଦୋକାନରୁ ଲୁଟିନେଲେ । ସିସିଟିଭିରେ କଏଦ ହେଲା ଚୋରି ସମୟର ଦୃଶ୍ୟ । ଚାଲାକ ଚୋର ପ୍ରଥମେ କଂସା ବାସନ ଦୋକାନ ର ଆଜବେଷ୍ଟ ଭାଙ୍ଗି ଦୋକାନରେ ପଶିଲେ ତା ପରେ ସିସିଟିଭି ଖୋଲିକି ଲୁଟିନେଲେ । ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି କରିଥିବା ଘଟଣା ସାମ୍ନାକୁ ଆସିଛି l

କନ୍ଧମାଳ ଜିଲ୍ଲା ବାଲିଗୁଡା ସହରର ଜନଗହଳି ପୂର୍ଣ୍ଣ ମୁଖ୍ୟ ରାସ୍ତାରେ ଥିବା ହାଟପଦା ମାର୍କେଟ ରେ ଥିବା ଏକ କଂସା ବାସନ ଦୋକାନ ରୁ ଆଜବେଷ୍ଟ ଭାଙ୍ଗି ଚୋରି କରିଛନ୍ତି ଲୁଟେରା ଗ୍ୟାଙ୍ଗ l ବିଳମ୍ବିତ ରାତ୍ରି ରେ ଆଜବେଷ୍ଟ ଭାଙ୍ଗି ଦୋକାନ ଭିତରେ ପଶି ନଗଦ ୪୦ ହଜାର ଟଙ୍କା ଓ କଂସା ବାସନ ଚୋରି କରିଥିବା ନେଇ ବାଲିଗୁଡା ଥାନା ରେ ଅଭିଯୋଗ କରିଛନ୍ତି ଦୋକାନ ମାଲିକ ନିତ୍ୟାନନ୍ଦ ନାୟକ l ଏପରି କି ଚୋରି ସମୟର ସମସ୍ତ ଦୃଶ୍ୟ ସହ ଚୋର ର ଚେହେରା ମଧ୍ୟ ସିସି ଟିଭିରେ କଏଦ ହୋଇଛି l

ଦେଖନ୍ତୁ ଭଲ ଭାବେ ଏହି ଦୃଶ୍ୟକୁ, କିପରି ଦୋକାନ ର ଆଜବେଷ୍ଟ ଭାଙ୍ଗିବା ପରେ କିପରି ଦୋକାନ ଭିତରେ ପଶି ନିର୍ଭିକତା ର ସହ ଚୋର ଚୋରି କରୁଛି l ଦୋକାନ ର ଡ୍ର ଖୋଲି ଚୋରି ପରେ ସିସି ଟିଭି ଉପରେ ନଜର ପଡିବା ପରେ କ୍ୟାମେରା ମଧ୍ୟ ଚୋର ଭାଙ୍ଗି ଦେଇଛି l ଏପରି କି ଚୋରର ଚେହେରା ମଧ୍ୟ ସ୍ପଷ୍ଟ ଭାବେ ସିସି ଟିଭିରେ କୟଦ ହୋଇଛି l

ସୂଚନା ଅନୁଯାୟୀ, ଗତକାଲି ରାତ୍ରି ପ୍ରାୟ ଦଶଟା ପରେ ଦୋକାନ ମାଲିକ ଦୋକାନ ବନ୍ଦ କରି ଯାଇଥିବା ବେଳେ ଆଜି ଦୋକାନ ଖୋଲିଲା ବେଳକୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ l ତେବେ ବାଲିଗୁଡା ସହର ରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଉଥିବା ବେଳେ ଏଥିରେ ଯୁବ ବର୍ଗର ପିଲାମାନେ ଅଧିକ ଲିପ୍ତ ରହୁଥିବା ଜଣା ପଡୁଛି l ନିଶା କାରବାର ଅଭ୍ୟାସରେ ପରିଣତ ହେବା ପରେ ବାଧ୍ୟ ହୋଇ ବିଭିନ୍ନ ସମୟରେ ଯୁବ ପିଢ଼ି ଏପରି ଚୋରି କରୁଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା l

ତେବେ ଦୋକାନ ମାଲିକଙ୍କ ଅଭିଯୋଗ ପରେ ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସିସି ଟିଭିରେ କଏଦ ସମସ୍ତ ଦୃଶ୍ୟ ଆଧାର ରେ ଛାନଭିନ୍ ଚଳାଇଛି l ବାଲିଗୁଡା ସହରରେ ପୋଲିସର କଡା କାର୍ଯ୍ୟାନୁଷ୍ଠାନ ପରେ କିଛି ଦିନ ହେବ ଚୋରି କମିଥିବା ବେଳେ ପୁଣି ଥରେ ଧୀରେ ଧୀରେ ସକ୍ରିୟ ହେଉଛନ୍ତି ଲୁଟେରା ଗ୍ୟାଙ୍ଗ l ତେଣୁ ନିଶା କାରବାର ରେ ଲିପ୍ତ ଯୁବ ପିଢ଼ି ଉପରେ ପୋଲିସ ର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଆଗାମୀ ଦିନରେ ଚୋରି ପରେ ବଡ଼ ବଡ଼ ଅପରାଧକୁ ଏଡାଇ ଦିଆ ନ ଯାଇପାରେ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା l

Also read:ସିଡିଏ ମାର୍କେଟ କମ୍ପ୍ଲେକ୍ସ ହତ୍ୟାକାଣ୍ଡ ଘଟଣା, ଦୁଇ ସନ୍ଦିଗ୍ଧଙ୍କୁ ଉଠାଇଲା କ୍ୟାଣ୍ଟନମେଣ୍ଟ ଥାନା ପୋଲିସ