ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର: ନାହାନ୍ତି ନର୍ସ, ନାହାନ୍ତି ଡାକ୍ତର, ଚିକିତ୍ସା କରୁଛନ୍ତି ସୁରକ୍ଷାକର୍ମୀ

କରଞ୍ଜିଆ : ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର । ନାହାନ୍ତି ନର୍ସ, ନାହାନ୍ତି ଡାକ୍ତର । ଚିକିତ୍ସା କରୁଛନ୍ତି ସୁରକ୍ଷାକର୍ମୀ । ଉପଯୁକ୍ତ ସ୍ୱାସ୍ଥ୍ୟ ସେବାକୁ ନେଇ ଉଠିଲା ପ୍ରଶ୍ନ ? ଏଭଳି ସମ୍ବେଦନଶୀଳ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ । ଜଣେ ଅଣତାଲିମ ପ୍ରାପ୍ତ ସୁରକ୍ଷାକର୍ମୀ ଡାକ୍ତର କିମ୍ବା ନର୍ସଙ୍କ ଅନୁପସ୍ଥିତିରେ ରୋଗୀଙ୍କର ରକ୍ତଚାପ ପରୀକ୍ଷା କରୁଥିବା ଭିଡିଓ ଏଵେ ଭାଇରାଲ ହେବାରେ ଲାଗିଛି । ଉପଖଣ୍ଡ ଚିକିତ୍ସାଳୟରେ ଉପଯୁକ୍ତ ସ୍ୱାସ୍ଥ୍ୟସେବାକୁ ନେଇ ଏଵେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ?

ଅନ୍ୟପଟେ ଡାକ୍ତର ଓ ନର୍ସ ଅଭାବରୁ ରକ୍ତଚାପ ମାପିବା ପାଇଁ ରୋଗୀଙ୍କ ହାତରେ ମେସିନର ପଟିକୁ ବାନ୍ଧିବାରେ ସାହାଯ୍ୟ କରିଥାନ୍ତି ସୁରକ୍ଷାକର୍ମୀ । ଯଦି ମେଡିକାଲ ଷ୍ଟାଫ ଅଭାବରେ କିମ୍ବା ଡାକ୍ତର ଓ ନର୍ସଙ୍କ ଅନୁପସ୍ଥିତିରେ ଅଣତାଲିମ ପ୍ରାପ୍ତ ସୁରକ୍ଷାକର୍ମୀ ମାନେ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ ତେବେ ରୋଗୀ ସେବା ପ୍ରଭାବିତ ହେବା ସହ ରୋଗୀଙ୍କୁ କେବଳ ଭଗବାନ ଭରଷା ବୋଲି କୁହାଯାଇ ପାରିବ ।

ଆହୁରି ପଢନ୍ତୁ : ବିଚ ରାସ୍ତାରେ ଡାକ୍ତରଙ୍କୁ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର