ଗାଁ ନଦୀ ପଠାରେ ୨୦ ରୁ ଅଧିକ ସ୍ଥାନରେ ପଡିଛି ବାଘ ପାଦ ଚିହ୍ନ, ଲୋକେ ଆତଙ୍କିତ

ଉଦଳା : ଗାଁ ରେ ପଡିଛି ବାଘ ପାଦ ଚିହ୍ନ। ଗାଁ ନଦୀ ପଠାରେ ୨୦ ରୁ ଅଧିକ ସ୍ଥାନରେ ପଡିଛି ପାଦ ଚିହ୍ନ। ଯାହାକୁ ନେଇ ଲୋକେ ଆତଙ୍କିତ। କପ୍ତିପଦା ବନାଞ୍ଚଳ ମହିଷାସୁରି ଗ୍ରାମ ନିକଟରେ ଥିବା ସୋନ ନଦୀ ପଠାରେ ପଡିଛି ବାଘ ପାଦ ଚିହ୍ନ।

ଆଜି ସକାଳେ ସ୍ଥାନୀୟ ଲୋକେ ନଦୀକୁ ଯିବା ସମୟରେ ନଦୀ ନିକଟରେ ପ୍ରାୟ ୨୦ ରୁ ଅଧିକ ସ୍ଥାନରେ ବାଘ ପାଦ ଚିହ୍ନ ପଡ଼ିଥିବା ଦେଖିବାକୁ ପାଇଥିଲେ ।  ଏହାକୁ ନେଇ ବନ ବିଭାଗ କୁ ଖବର ଦେଇଥିବା ବେଳେ ବନ ବିଭାଗ ମଧ୍ୟ ଏହା ବାଘ ପାଦ ଚିହ୍ନ ବୋଲି କହିଥିବା କୁହାଯାଉଛି ।

ଅନ୍ୟପଟେ ଗତକାଲି ରାତିରେ ଅନେକ ସମୟ ଧରି କୁକୁର ଭୁକି ଥିବା ବେଳେ ବାଘ ଆସିଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି ।  ଏହା ସହିତ ପାଦ ଚିହ୍ନ ଗ୍ରାମରେ ପଡିଥିବାରୁ ଆତଙ୍କିତ ଅବସ୍ଥାରେ ରହିଛନ୍ତି ଗ୍ରାମବାସୀ । ଗୋଟିଏ ବଡ଼ ବାଘର ଏହି ପାଦ ଚିହ୍ନ ବୋଲି କହିଛନ୍ତି ଗ୍ରାମବାସୀ ।