ବାତ୍ୟାକୁ ଦୃଷ୍ଟିରେ ରଖି ପରିବା ବଜାରରେ ଜମୁଛି ଭିଡ

ଆଠଗଡ଼ :  ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଏବେ ପରିବା ବଜାରରେ ଭିଡ ଜମିଛି ।  ଆଠଗଡ଼ ସହରର ମୁଖ୍ୟ ପରିବା ବଜାର ହେଉଛି ପୂରୁଣା ବସଷ୍ଟାଣ୍ଡ ନିକଟ ଲକ୍ଷ୍ମୀ ବଜାର ପରିବା ମାର୍କଟେ ।  ସକାଳ ପାଉପାଉ ଲୋକମାନେ ପରିବା କିଣିବା ପାଇଁ ପରିବା ବଜାରରେ ଭିଡ଼ ଜମେଇବାରେ ଲାଗିଛନ୍ତି ।

କିଛି ଦିନ ତଳେ କେତେବେଳେ ଆଳୁ ଚିନ୍ତା ବଢ଼ାଉ ଥିଲା ତ କେତେବେଳେ ପିଆଜ ।  ଆଉ ଏବେ ପୁରା ପରିବା ବଜାରରେ ଲାଗିଛି ନିଆଁ ।  ରକେଟ ପରି ଉପର ମୁହାଁ ହେଲାଣି ପ୍ରାୟ ସମସ୍ତ ପରିବା ଦର ।  ଯେଉଁଥିରେ ହାତ ମାରିବେ ଦର ଆକାଶ ଛୁଆଁ ।  ପ୍ରାୟ କୌଣସି ପରିବା କିଲୋ ୫୦- ୬୦- ୭୦ ତଳକୁ ନାହିଁ ।  ସେ ପୋଟଳ ହେଉ କି ବାଇଗଣ ।  ଆଉ କିଛି କିଛି ନିର୍ଦିଷ୍ଟ ପରିବା ତ ଶହେ ଟପି ଗଲେଣି ।

You might also like