ରାଜ୍ୟକୁ ନାହିଁ ଲଘୁଚାପର କୌଣସି ପ୍ରଭାବ, ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ଶୁଖିଲା ରହିବ ପାଗ

ଭୁବନେଶ୍ୱର : ଘନୀଭୂତ ହେଲା ଲଘୁଚାପ । ରାଜ୍ୟକୁ ନାହିଁ ପ୍ରଭାବ। ଗତକାଲି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ମିଆଁମାର୍ ଉପକୂଳର, ପୂର୍ବକେନ୍ଦ୍ରୀୟ ବଙ୍ଗୋପ ସାଗର ଅଞ୍ଚଳରେ ଏକ ଲଘୁଚାପ ବଳୟ ଘନୀଭୂତ ହୋଇଛି। ଏହା ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବାଂଲାଦେଶ ମଧ୍ୟ ଦେଇ ଗତି କରିବ।

ହେଲେ ରାଜ୍ୟ ପ୍ରତି ଏହାର କୌଣସି ପ୍ରଭାବ ନଥିବା ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବା ସହ ବର୍ଷା ନେଇ କୌଣସି ସତର୍କ ସୂଚନା ଜାରି କରାଯାଇନାହିଁ। ନଭେମ୍ବର ପହିଲାରୁ ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ବିଗତ ୨୪ ଘଣ୍ଟାରେ ସୋନପୁରରେ ସର୍ବନିମ୍ନ ୧୩.୪ ଡିଗ୍ରୀ ତାପମାତ୍ର ଏବଂ ୪ଟି ସ୍ଥାନରେ ୧୫ ଡିଗ୍ରୀରୁ ତଳେ ରେକର୍ଡ ହୋଇଛି ତାପମାତ୍ରା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.