ଆସନ୍ତା ୩-୪ ଦିନ ଯାଏଁ ରାଜ୍ୟରେ ନାହିଁ କୌଣସି ବଡ ଧରଣର ବର୍ଷା ସମ୍ଭାବନା, ଅଗଷ୍ଟ ତୁଳନାରେ ସେପ୍ଟେମ୍ବରରେ ହୋଇଛି କମ୍

ଭୁବନେଶ୍ବର: ଆସନ୍ତା ୩-୪ ଦିନ ଯାଏଁ ରାଜ୍ୟର କୌଣସି ବଡ ଧରଣର ବର୍ଷା ସମ୍ଭାବନା ନାହିଁ। ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଦକ୍ଷିଣ ଓ ଉତ୍ତର ଓଡିଶାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। ନବରଙ୍ଗପୁରର ଝରିଗାଁରେ ସର୍ବାଧିକ ୭୧.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଜୁନ ୧ ତାରିଖରୁ ସେପ୍ଟେମ୍ବର ୧୫ ମଧ୍ୟରେ ରାଜ୍ୟରେ ୧୦୫୫.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଯାହାକୁ ସ୍ୱାଭାବିକଠାରୁ ୧ ପ୍ରତିଶତ କମ। ଦେବଗଡ, ଝାରସୁଗୁଡା ଓ ମାଲକାନଗିରିରେ ସ୍ୱାଭାବିକଠାରୁ ୨୦ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି। ବାକି ୨୩ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ଆଂଚଳିକ ପାଣିପାଗ ନିର୍ଦ୍ଦେଶକ କହିଛନ୍ତି। ସେପ୍ଟେମ୍ବର ୧ରୁ ୧୫ ତାରିଖ ମଧ୍ୟରେ ରାଜ୍ୟରେ ୪୯ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଛି। ଅଗଷ୍ଟରେ ଅଧିକ ବର୍ଷା ହୋଇଥିବା ବେଳେ ସେପ୍ଟେମ୍ବରରେ କମ୍ ବର୍ଷା ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.