ମହାନଦୀ ସିଷ୍ଟମରେ ଟଳିଲା ମଧ୍ୟମ ଧରଣର ବନ୍ୟା ଆଶଙ୍କା, ଏବେ କୌଣସି ବିପଦ ନାହିଁ

ଭୁବନେଶ୍ବର(କେନ୍ଯୁଜ୍) : ମହାନଦୀ ସିଷ୍ଟମରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଟଳିଲା। ଛୋଟ ଧରଣର ବନ୍ୟା ହୋଇଛି। କୌଣସି ବିପଦ ନାହିଁ। ମୁଣ୍ଡଳୀଠାରେ ୬ଲକ୍ଷ ୬୭ହଜାର କ୍ୟୁସେକ ଜଳ ଅତିକ୍ରମ କରୁଛି।

ଗତ ୩ରୁ ୪ ଘଣ୍ଟା ହେଲା ଏଭଳି ସ୍ଥିତି ରହିଛି। ହୀରାକୁଦ ଜଳ ଭଣ୍ଡାରକୁ ଜଳ ପ୍ରବେଶ କମିଛି। ଏବେ ଗୋଟିଏ ପରେ ଗୋଟିଏ ଗେଟ୍‌ ବନ୍ଦ କରାଯାଉଛି। ବ୍ରାହ୍ମଣୀ,ବୈତରଣୀ ଓ ସୁବର୍ଣ୍ଣରେଖାରେ ଜଳସ୍ତର କମିଛି। ବନ୍ୟା ପରିସ୍ଥିତି ନାହିଁ। କିଛି ତଳିଆ ଅଞ୍ଚଳରେ ବର୍ଷା ପାଣି ଅଟିକିଛି। ଏନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧିରେନ୍ ସାମଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.