ରାଜ୍ୟରେ ସାରର ଅଭାବ ନାହିଁ, କଳାବଜାରୀ କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ରାଜ୍ୟରେ ସାରର ଅଭାବ ନାହିଁ । ଜୁଲାଇ ୧୭ ସୁଦ୍ଧା ୧ଲକ୍ଷ ୮୧ ହଜାର ମେଟ୍ରିକ ଟନ୍ ସାର ବିଭାଗ ପାଖରେ ପହଂଚିଥିଲା । ସେଥିରୁ ୧ଲକ୍ଷ ୧୪ ହଜାର ମେଟ୍ରିକ ଟନ୍ ସାର ବିଭିନ୍ନ ପ୍ୟାକ୍ସକୁ ପଠାଯାଇଛି । ଏଥର ଯଥା ସମୟରେ ଚାଷୀଙ୍କୁ ସାର ଯୋଗାଇ ଦିଆଯାଉଛି । ତେଣୁ ଯିଏ କଳାବଜାରୀ କରିବ ତା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । ରାଜ୍ୟର ବିଭିନ୍ନ ସ୍ଥାନରେ ସାରା ଅଭାବ ନେଇ ଅଭିଯୋଗ ଆସିଥିଲା ।

ସେପଟେ ୟୁରିଆ ଓ ଡିଏପି ବଦଳରେ ବ୍ୟବହାର ହେବ ବିକଳ୍ପ ସାର । ରାଜ୍ୟରେ ୟୁରିଆ ଏବଂ ଡିଏପି ସାରର ଚାହିଦା ଏବଂ ଯୋଗାଣକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରାଯାଇଛି । ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ପଠାଯାଇଥିବା ଏହି ଚିଠିରେ ବିକଳ୍ପ ସାର ବ୍ୟବହାର ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି । ୟୁରିଆ ବଦଳରେ ‘ଅମୋନିୟମ୍ ସଲଫେଟ୍’ ବ୍ୟବହାର କରିବାକୁ କୁହାଯାଇଛି । ଏଥିରେ ୨୦.୫% ନାଇଟ୍ରୋଜେନ୍ ଏବଂ ୨୩% ସଲଫର ରହିଥିବାରୁ, ଏହା ମାଟିରେ ସଲଫରର ଅଭାବ ପୂରଣ କରିବାରେ ସହାୟକ ହେବ ।

ଆହୁରି ପଢ଼ନ୍ତୁ : ଲଗାଣ ବର୍ଷାରେ ବ୍ୟାପକ ଫସଲ କ୍ଷତି, ପରିବା ଦର ଆକାଶଛୁଆଁ