ମୋହନ ମାଝୀଙ୍କ ୫ ମାସର ସରକାରରେ କିଛି ନୂଆ ନାହିଁ : ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି

ମୋହନ ମାଝୀଙ୍କ ୫ ମାସର ସରକାରରେ କିଛି ନୂଆ ନାହିଁ ।  ଖାଲି ରଙ୍ଗ ବଦଳୁଛି ।  ଯାହା ବି ନିଷ୍ପତ୍ତି ନିଆଯାଉଛି ତାହା ପୂର୍ବ ସରକାରର ଅନୁକରଣ ।  ଏଭଳି ସଙ୍ଗୀନ ଅଭିଯାଗ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି। ଗତକାଲି ପଦ୍ମ ବିଜେତାଙ୍କୁ ମାସିକ ୩୦ହଜାର ଟଙ୍କା ଦେବାକୁ ଘୋଷାଣ କରିଛନ୍ତି ।

ପୂର୍ବରୁ ନବୀନ ସରକାର ୨୫ ହଜାର ଟଙ୍କା ଦେବାକୁ ଘୋଷଣା କରିଥିବା ସେ ସୂଚନା ଦେଇଛନ୍ତି । ପ୍ରତି ମାସରେ ଆଇଏଏସ ଅଫିସରଙ୍କ ବଦଳି ହେଉଛି ।  ଅତିରିକ୍ତ ଦାୟିତ୍ଵ ବି ବଦଳା ଯାଉଥିବା ସେ ଅଭିଯୋଗ କରିଛନ୍ତି ।

You might also like