ଅଗ୍ନିବୀରଙ୍କ ପାଇଁ ରାଜ୍ୟରେ ରହିବ ୧୦% ସଂରକ୍ଷଣ ବ୍ୟବସ୍ଥା,ବୟସ ସୀମାକୁ ୩ ବର୍ଷ କରାଯିବ କୋହଳ

ମୋଟ ୩ଟି ପ୍ରସ୍ତାବ କ୍ୟାବିନେଟ ଅନୁମୋଦନ ଲାଭ କରିଛି ।  ଅଗ୍ନିବୀରଙ୍କ ପାଇଁ ରାଜ୍ୟରେ ରହିବ ୧୦% ସଂରକ୍ଷଣ ବ୍ୟବସ୍ଥା ।  ଏଥିପାଇଁ ଓଡ଼ିଶା ଅବସରପ୍ରାପ୍ତ ଅଗ୍ନିବୀର(ୟୁନିଫର୍ମ ସେବାରେ ନିଯୁକ୍ତି) ନିୟମାବଳୀ-୨୦୨୪ ପ୍ରଣୟନ କରାଯିବ ।  ରାଜ୍ୟରେ ଯୁନିଫର୍ମ ସେବାରେ ପ୍ରତ୍ୟକ୍ଷ ନିଯୁକ୍ତି ଦ୍ବାରା ହେଉଥିବା ସମସ୍ତ ‘ ଗ’ ଓ ‘ଘ’ ପଦବୀରେ ଅବସରପ୍ରାପ୍ତ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିବ ।

ଏହି ସଂରକ୍ଷଣ ଅବସରପ୍ରାପ୍ତ ସୈନିକଙ୍କ ପାଇଁ ଲାଗୁ ହେଉଥିବା ସଂରକ୍ଷଣ ସହିତ ଅତିରିକ୍ତ ଦଶ ପ୍ରତିଶତ ୧୦% ସଂରକ୍ଷଣ ରହିବ । ସେମାନଙ୍କ ପାଇଁ ନିର୍ଦ୍ଧାରିତ ବୟସ ସୀମାକୁ ୩ ବର୍ଷ କୋହଳ କରାଯିବ । ଅବସରସପ୍ରାପ୍ତ ଅଗ୍ନିବୀରଙ୍କୁ ଶାରୀରିକ ପରୀକ୍ଷା ଦେବାକୁ ପଡ଼ିବନି ।