ରାଜନୀତିରେ ସବୁକିଛି ସମ୍ଭବ: ନିର୍ବାଚନ ମଇଦାନରେ ଶ୍ୱଶୁର, ଶାଶୁ, ବୋହୂଙ୍କ ମଧ୍ୟରେ ହେବ ଲଢ଼େଇ

ରେଢ଼ାଖୋଲ (କେନ୍ୟୁଜ): ରାଜନୀତିରେ ସବୁକିଛି ସମ୍ଭବ । ବ୍ଲକ ଅଧକ୍ଷା ପଦଟି ମହିଳା ବର୍ଗଙ୍କ ପାଇଁ ସଂରକ୍ଷିତ ହୋଇଥିବା ବେଳେ ପଦବୀକୁ ହାସଲ କରିବାକୁ ଜୋରଦାର ପ୍ରୟାସ । ତିନିଟି ପଞ୍ଚାୟତରେ ଗୋଟିଏ ପରିବାରର ଶ୍ୱଶୁର, ଶାଶୁ, ବୋହୂଙ୍କ ଲଢ଼େଇ । ଯାହାକୁ ନେଇ ରେଢ଼ାଖୋଲରେ ଚର୍ଚ୍ଚା । ସମ୍ବଲପୁର ଜିଲ୍ଲା , ନାକଟିଦେଉଳ ବ୍ଲକର ଅଧକ୍ଷା ପଦଟି ଚଳିତ ଥର ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ।

ଅଧକ୍ଷା ପଦ ହାସଲ ପାଇଁ ପୂର୍ବତନ ବ୍ଲକ ଅଧକ୍ଷ ସୂଦର୍ଶନ ସାହୁ ଘୋଷରାମାଲ ପଚାଂୟତରେ ସମିତି ସଭ୍ୟ ପ୍ରାର୍ଥୀ ହୋଇଛନ୍ତି । ତାଙ୍କ ପତ୍ନୀ ଶାନ୍ତିଲତା ସାହୁ ସାହେବୀ ପଞ୍ଚାୟତରେ ପ୍ରାର୍ଥୀ ହୋଇଛନ୍ତି । ସେହିଭଳି ବୋହୂ ସ୍ୱରୂପାରାଣୀ ସାହୁ ନାକଟିଦେଉଳ ପଚାଂୟତ ପାଇଁ ସମିତି ସଭ୍ୟ ଭାବେ ନିର୍ବାଚନରେ ଲଢ଼ୁଛନ୍ତି । ଗୋଟିଏ ପରିବାରର ତିନିଜଣ ନିଜନିଜ ସପକ୍ଷରେ ମତଦାନ ସୃଷ୍ଟି କରୁଥିବା ବେଳେ ସୁଦର୍ଶନ ସାହୁଙ୍କ ୩୦ ବର୍ଷର ରାଜନୀତି କ୍ୟାରିୟରକୁ ନେଇ ଉଭୟ ସ୍ତ୍ରୀ ଓ ବୋହୂ ପ୍ରଚାର କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.