ମାସ ଶେଷ ଆଡକୁ ପୁଣି ସୃଷ୍ଟି ହେବ ଆଉ ଏକ ଲଘୁଚାପ, ଜାଣନ୍ତୁ ଓଡ଼ିଶା ଉପରେ ରହିବ କି ନାହିଁ ପ୍ରଭାବ

ଭୁବନେଶ୍ବର: ଚଳିତ ମାସ ଶେଷ ଆଡକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ। ୨୪ ତାରିଖ ବେଳକୁ ଏହା ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇ ପରବର୍ତ୍ତୀ ସମୟରେ ଘନୀଭୂତ ହୋଇ ଅବପାତର ରୂପ ନେବ। ଏହି ଲଘୁଚାପ ପ୍ରଭାବରେ ମିଆଁମାର ଓ ବାଂଲାଦେଶ ଉପକୂଳରେ ଭାରି ବର୍ଷା ସମ୍ଭାବନା ରହିଛି।

ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ କି ନାହିଁ ସେନେଇ ୨୨ ତାରିଖ ବେଳକୁ ଅଧିକ ସ୍ପଷ୍ଟ ହେବ। ୨୭ କିମ୍ବା ୨୮ ତାରିଖରେ ମୌସୁମୀ କେରଳ ଛୁଇଁପାରେ ମୌସୁମୀ। ୪ ଦିନ ଆଗୁଆ ମୌସୁମୀ ଛୁଇଁବା ସମ୍ଭାବନା ରହିଛି। ତେବେ ଓଡ଼ିଶାରେ କେବେ ଛୁଇଁବ ତାହା ଜୁନ୍‌ ୧ ତାରିଖରେ ଅଧିକ ସ୍ପଷ୍ଟ ହେବ। ୧୮ରୁ ୨୨ ତାରିଖ ମଧ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.