ରାଜ୍ୟ

ଆଜି ସୃଷ୍ଟି ହେବ ଲଘୁଚାପ, ଏହାର ପ୍ରଭାବରେ ଆଜିଠୁ ବଢ଼ିବ ବର୍ଷାର ପରିମାଣ

ଭୁବନେଶ୍ୱର (କେନ୍ୟୁଜ): ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ପୂର୍ବ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତରପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ପରେ ୱେଲମାର୍କଡ ଲୋ ପ୍ରେସରରେ ପରିଣତ ହେବ । ପରବର୍ତ୍ତୀ ୪୮ ଘଣ୍ଟାରେ ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ପହଞ୍ଚିବ । ଏହାର ପ୍ରଭାବରେ ଆଜିଠୁ ବଢ଼ିବ ବର୍ଷା ପରିମାଣ। ୩ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ଆଜି ପ୍ରବଳ ବର୍ଷା ପାଇଁ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥିସହ ୨୧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସତର୍କତା ଜାରି କରାଯାଇଛି । ୩୦ ତାରିଖରୁ ବର୍ଷାର ପରିମାଣ ଓ ବିସ୍ତୃତି ବଢ଼ିବ। ଆସନ୍ତା ୪ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ।୧ ଓ ୨ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ କିଛି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି ।

Barsha

Recent Posts

ଡଟର୍ସ ଡେ଼ରେ ଝିଅ ମାଳତୀ ସହ ପ୍ରିୟଙ୍କା ସେୟାର କଲେ କିଛି ସୁନ୍ଦର ଫଟୋ, ଫ୍ୟାନ୍ସ ଦେଖି କରୁଛନ୍ତି ପ୍ରସଂଶା

ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ବର୍ତ୍ତମାନ ବଲିଉଡରେ କମ୍ ଆକ୍ଟିଭ ଏବଂ ଓଲିଉଡରେ ଅଧିକ ଆକ୍ଟିଭ ରୁହନ୍ତି ।…

36 seconds ago

ଶ୍ରୀ ଜଗନ୍ନାଥଙ୍କ ପାଇଁ ତୁଳସୀ ଏବଂ ପଦ୍ମଫୁଲ ପଠାଇଲା ଓୟୁଏଟି

ପିପିଲି(କେନ୍ୟୁଜ): ଯୁଆଡ଼େ ଦେଖିବେ ବୃନ୍ଦାବତୀଙ୍କ ଆସ୍ଥାନ । ଦିନେ ଘାସ ବୁଦାରେ ପରିପୂର୍ଣ୍ଣ ହୋଇଥିବା ସ୍ଥାନଟି ଆଜି କଳା ଏବଂ…

19 mins ago

ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ, ସମୟର ୪ ଦିନ ପୂର୍ବରୁ ରାଜ୍ୟରେ କଲା ପ୍ରବେଶ

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ । ଚଳିତ ବର୍ଷ ସ୍ବାଭାବିକ ସମୟର ୪ ଦିନ ପୂର୍ବରୁ ଆଜି…

25 mins ago

ପରାଜୟ ପରେ ପ୍ରଥମ ଥର ମୁହଁ ଖୋଲିଲେ ନବୀନ, କହିଲେ ପାଣ୍ଡିଆନ୍‌ଙ୍କୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ବିଜେଡିର ପରାଜୟ ପରେ ଭିକେ ପାଣ୍ଡିଆନ୍‌ଙ୍କୁ ନେଇ ଜାରି ରହିଥିବା ବିବାଦ ମଧ୍ୟରେ ଦଳର ସୁପ୍ରିମୋ…

29 mins ago

ପରାଜୟକୁ ଆମେ ସାଦରରେ ଗ୍ରହଣ କରୁଛୁ, ସାଢ଼େ ୪ କୋଟି ରାଜ୍ୟବାସୀ ମୋ ପରିବାର: ନବୀନ

ଭୁବନେଶ୍ୱର (କେନ୍ୟୁଜ): ନିର୍ବାଚନରେ ପରାଜୟ ନେଇ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ ।  କହିଲେ ନିର୍ବାଚନରେ…

49 mins ago

ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ: ୭ଟି ଦେଶର ବିଶିଷ୍ଟ ବ୍ୟକ୍ତି ହେବେ ସାମିଲ, ତ୍ରିସ୍ତରୀୟ ସୁରକ୍ଷାରେ ରାଷ୍ଟ୍ରପତି ଭବନ

ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ଆସନ୍ତାକାଲି ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ…

1 hour ago