ଖୋର୍ଦ୍ଧାରେ ଓ କେନ୍ଦୁଝରରେ ହେବ ନୂତନ ପୋଲିସ ଷ୍ଟେସନ, ୪୭ ପଦବୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଖୋର୍ଦ୍ଧାରେ ଶିଳ୍ପାଞ୍ଚଳ ପୋଲିସ ଷ୍ଟେସନ ଓ କେଉଁଝର, ବଡବିଲରେ ଟ୍ରାଫିକ ପୋଲିସ ଷ୍ଟେସନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ ।

ଖୋର୍ଦ୍ଧା (କେନ୍ୟୁଜ): ଖୋର୍ଦ୍ଧାରେ ଶିଳ୍ପାଞ୍ଚଳ ପୋଲିସ ଷ୍ଟେସନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ। ଏଥିପାଇଁ ୨୩ଟି ଅତିରିକ୍ତ ପଦବୀ ସୃଷ୍ଟି ହେବ। ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ । ଆଉ ଏବେ ଖୋର୍ଦ୍ଧାରେ ଶିଳ୍ପାଞ୍ଚଳ ପୋଲିସ ଷ୍ଟେସନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ୱାରା ୨୩ଟି ଅତିରିକ୍ତ ପଦବୀ ସୃଷ୍ଟି ହୋଇଛି । ୨୩ଟି ନୂତନ ପଦବୀ ମଧ୍ୟରେ ଗୋଟିଏ ଇନ୍‌ସପେକ୍ଟର, ୬ଟି ସବ୍‌ ଇନିସପେକ୍ଟର, ୩ଟି ଆସିଷ୍ଟାଣ୍ଟ ସବ୍‌ ଇନିସପେକ୍ଟର , ୨ଟି ହାବିଲଦାର ଏବଂ ୧୧ଟି କନେଷ୍ଟବଳ ପଦବୀ ରହିଛି ।

ସେହିପରି କେନ୍ଦୁଝର ଓ ବଡବିଲରେ ୨ଟି ଟ୍ରାଫିକ ପୋଲିସ ଷ୍ଟେସନକୁ ମଧ୍ୟ ମଞ୍ଜୁରୀ ମିଳିଛି। ଏହି ଦୁଇଟି ଟ୍ରାଫିକ ପୋଲିସ ଷ୍ଟେସନ ପାଇଁ ସୃଷ୍ଟି ହୋଇଥିବା ୨୪ଟି ପଦବୀ ମଧ୍ୟରେ ୨ଟି ଇନ୍‌ସପେକ୍ଟର, ୬ଟି ଆସିଷ୍ଟାଣ୍ଟ ସବ୍‌ଇନସ୍‌ପେକ୍ଟର ଓ ୧୬ଟି କନେଷ୍ଟବଳ ପଦବୀ ରହିଛି । ଏ ସଂପର୍କୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଏହାଦ୍ଵାରା ଏହି ଦୁଇଟି ସହରରେ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.