୨୪ ଘଣ୍ଟା ଭିତରେ ଓଡ଼ିଶାରେ ଲଘୁଚାପ: ଆସନ୍ତାକାଲି ୧୭ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ! ୨୬ରୁ ପ୍ରବଳ କାଚିବ

ଭୁବନେଶ୍ବର(କେନ୍ଯୁଜ୍): ମିଆଁମାର ଉପକୂଳରେ ସକ୍ରିୟ ହେଉଛି ଘୂର୍ଣ୍ଣିବଳୟ। ଏହା ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ଆଜି ସନ୍ଧ୍ୟାରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଓଡ଼ିଶା ଉପକୂଳରେ ପହଞ୍ଚିବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ୨୫ତାରିଖରୁ ରାଜ୍ୟରେ ବର୍ଷା ପରିମାଣ ପୁଣିଥରେ ବଢିବ ।

ଉତ୍ତର ଓ ଉପକୂଳ ଓଡ଼ିଶା ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୫ ତାରିଖରେ ୧୭ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହୋଇପାରେ । ୨୬ ତାରିଖରୁ ବର୍ଷାର ପରିମାଣ ଅଧିକ ରହିବ । ୨୬ ତାରିଖ ପାଇଁ ପୁରୀ, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ଆଉ ୧୦ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୨୭ ତାରିଖରେ ୧୫ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଓ୍ଵାର୍ଣ୍ଣିଂ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.