୨ ହଜାରରୁ ଉର୍ଦ୍ଧ୍ୱ ସାପ ଧରି ଜଙ୍ଗଲରେ ଛାଡିଛନ୍ତି ଏହି ଦୁଇ ଯୁବକ, ସାପ ଦେଖିଲେ ସ୍ନେକ ହେଲ୍ପ ଲାଇନର ସହାୟତା ନିଶ୍ଚିତ ନିଅନ୍ତୁ

ନୟାଗଡ: ସାପ ନା ଧରିଲେ ମନରେ ଆସେ ଛନକା । ବିଷାକ୍ତ ସାପକୁ ଧରି ଜଙ୍ଗଲରେ ଛାଡ଼ୁଛନ୍ତି ୨ ଯୁବକ । ୨ ଜଣ ଯୁବକ ହେଉଛନ୍ତି ନୟାଗଡ ଜ଼ିଲ୍ଲା ପଞ୍ଚିଡା ରେଞ୍ଜ ଅଧୀନ ସରଣକୁଳର ପଞ୍ଚୁ ନାହାକ ଓ ଓଡଗାଁ ରେଞ୍ଜ ଅଧୀନ ଓଡଗାଁର ଦୀପକ କୁମାର ନାୟକ । ଓଡଗାଁ ଅଞ୍ଚଳ ଓ ଶରଣକୂଳ ଅଞ୍ଚଳରେ ଯେକୌଣସି ଘରେ ସାପ ପଶିଲେ ଏହି ୨ ଜଣଙ୍କୁ ଖୋଜା ପଡେ। ରାତି ହେଉ ଅବା ଦିନ ଯିଏ ଫୋନ କରେ ସେମାନେ ଘଟଣାସ୍ଥଳରେ ପହଞ୍ଚି ସାପକୁ ଧରନ୍ତି ଓ ସ୍ଥାନୀୟ ଜଙ୍ଗଲରେ ଛାଡ଼ନ୍ତି ।
ସରଣକୁଳ ଅଞ୍ଚଳର ପଞ୍ଚୁ ନାହାକ। ବେଉସା ମାଛ କାଟି ବିକ୍ରି କରିବା । ଜେଜେ ବାପା ପୂର୍ବରୁ ସାପ ଧରୁଥିଲେ । ଜେଜବାପାଙ୍କ ଠାରୁ ସାପ ଧରିବା ଶିଖିଥିଲେ। ଉକ୍ତ ଅଞ୍ଚଳରେ ଯାହା ଘରେ ସାପ ପଶେ ପଞ୍ଚୁଙ୍କୁ ଖୋଜା ପଡେ। ପଞ୍ଚୁ ଘଟଣାସ୍ଥଳରେ ପହଞ୍ଚି ସାପକୁ ଉଦ୍ଧାର କରିବା ସହ ସ୍ଥାନୀୟ ଭଣ୍ଡାର ପାହାଡ଼ରେ ଛାଡ଼ନ୍ତି । ସାପ ଧରିଲେ ଯିଏ ଯାହା ପାରିଶ୍ରମିକ ଦିଏ ତାକୁ ସେ ଆଣନ୍ତି । ସେ ୨ ହଜାରରୁ ଉର୍ଦ୍ଧ୍ୱ ବିଷାକ୍ତ ଓ ବିଷ ହୀନ ସାପ ଧରି ଛାଡି ଛାଡିଲେଣି । ସେହିପରି ଓଡଗାଁ ବିଜ୍ଞାପିତ ଅଞ୍ଚଳ ର ଦୀପକ କୁମାର ନାୟକ। ତାଙ୍କୁ ଯିଏ ରାତି ହେଉ ବି ଦିନ ହେଉ ଫୋନ କଲେ ସେ ସାପ କୁ ଉଦ୍ଧାର କରିବାକୁ ଯାଆନ୍ତି । ସ୍ଥାନୀୟ ଗୟଳ ସିଂ ଜଙ୍ଗଲରେ ସାପକୁ ନେଇ ଛାଡ଼ନ୍ତି । ୨ ଜଣ ସାପ ଧରାଳି ଅହିରାଜ, ଅଜଗର, ବିଭିନ୍ନ ପ୍ରକାର ନାଗ ସାପ, ବୋଡା, ସୁନ୍ଦରୀ, ଚିତ୍ତି, ରଣା ଭଳି ୨ ହଜାରରୁ ଉର୍ଦ୍ଧ୍ୱ ସାପ ଧରି ଜଙ୍ଗଲରେ ଛାଡି ସାରିଛନ୍ତି । ବନ ବିଭାଗ ପକ୍ଷରୁ ଏମାନଙ୍କୁ ଚିହ୍ନଟ କରାଯାଇଛି।
ବର୍ଷା ଋତୁରେ ବହୁ ପରିମାଣ ର ସାପ ଦେଖାଦିଅନ୍ତି। ବର୍ଷା ପାଣି ସାପ ଗାତରେ ଭର୍ତ୍ତି ହେଲେ ସାପମାନେ ବାହାରକୁ ବାହାରନ୍ତି । ଲୋକମାନେ ସାପକୁ ଦେଖିଲେ ବାଡ଼େଇ ବାଡ଼େଇ ମାରି ଦିଅନ୍ତି । କିନ୍ତୁ କିଛି ଲୋକ ସାପ ଧରାଳିକୁ ଡାକି ସାପକୁ ଧରନ୍ତି । ଯଦି କାହାକୁ ସାପ କାମୁଡ଼ି ଦେଉଛି ତାକୁ ତୁରନ୍ତ ହସ୍ପିଟାଲ ନିଅନ୍ତୁ । ଗୁଣି ଗାରେଡି ଉପରେ ବିଶ୍ୱାସ କରନ୍ତୁ ନାହିଁ। ସଙ୍ଗେ ସଙ୍ଗେ ସ୍ଥାନୀୟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଅନ୍ତୁ । ସେଠାରେ ଚିକିତ୍ସା କଲେ ସାପ କାମୁଡ଼ିଥିବା ବ୍ୟକ୍ତିର ଜୀଵନ ବଞ୍ଚିଯିବ । ଘର ଚାରିପାଖ ସଫା ସୁତୁରା ରଖିଲେ ସାପ ଘରକୁ ଆସିବ ନାହିଁ । ସାପ କାହାର କ୍ଷତି କରେ ନାହିଁ। ସାପର କ୍ଷତି କଲେ ସାପ କାମୁଡେ। ତେଣୁ ସାପକୁ ନମାରି ସ୍ନେକ ହେଲ୍ପ ଲାଇନର ସହାୟତା ନିଶ୍ଚିତ ନିଅନ୍ତୁ ।