ରାଜ୍ୟ

ଜୀବନ ଜୀବିକାକୁ ଗୁରୁତ୍ବ , ଆଂଶିକ ଲକଡାଉନରେ ମଧ୍ୟ ଏହି ସବୁ ଦୋକାନ ଖୋଲା ରହିବ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଆଉ ୧୪ ଦିନ ବଢ଼ିଲା ଆଂଶିକ ଲକଡାଉନ୍‌ । ଆସନ୍ତାକାଲି ସକାଳ ୬ଟାରୁ ୧୬ ତାରିଖ ସକାଳ ୬ଟା ଯାଏ କଟକଣା ବଳବତ୍ତର ରହିବ । କିନ୍ତୁ ବିଭିନ୍ନ କ୍ଷେତ୍ରରେ କଟକଣାକୁ କୋହଳ କରିଛନ୍ତି ସରକାର । କାଟାଗୋରୀ-Aରେ ସାମିଲ ହେଲା ଆଉ ତିନିଟି ଜିଲ୍ଲା ଅନୁଗୋଳ, ଢେଙ୍କାନାଳ ଓ କେନ୍ଦୁଝର । ପୂର୍ବରୁ ଥିବା ୧୭ ଜିଲ୍ଲାକୁ ମିଶାଇ ମୋଟ୍‌ ୨୦ ଜିଲ୍ଲା କାଟାଗୋରୀ-Aରେ ସାମିଲ ହୋଇଛି । ସେହିପରି କାଟାଗୋରୀ-Bରେ ଅଛି ୧୦ ଜିଲ୍ଲା ନୟାଗଡ଼, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ।

 ୨୦ ଜିଲ୍ଲାରୁ ସପ୍ତାହାନ୍ତ ସଟ୍‌ଡାଉନକୁ ଉଠାଇ ଦିଆଯାଇଥିବା ବେଳେ ୧୦ ଜିଲ୍ଲାରେ ବଳବତ୍ତର ରହିବ ସପ୍ତାହାନ୍ତ ସଟଡାଉନ୍‌ । ତେବେ ରାଜ୍ୟବ୍ୟାପୀ ସନ୍ଧ୍ୟା ୬ରୁ ସକାଳ ୬ଟା ଯାଏ ନାଇଟ୍‌ କର୍ଫ୍ୟୁ ବଳବତ୍ତର ରହିବ । ଛୋଟ ସାଲୁନ୍‌ ନିର୍ଦ୍ଧାରିତ ସମୟ ଭିତରେ ଖୋଲିବ । କିନ୍ତୁ ବନ୍ଦ ରହିବ ସ୍ପା, ବିୟୁଟି ପାର୍ଲର । ଟିକାକରଣ, ଟେଷ୍ଟିଂ ଓ ସ୍ୱାସ୍ଥ୍ୟାବସ୍ଥା ଭଳି କାମରେ କୌଣସି କଟକଣା ନାହିଁ । କୌଣସି ଶିକ୍ଷାନୁଷ୍ଠାନ ଖୋଲିବ ନାହିଁ । ମଲ୍‌, ସିନେମା ହଲ୍‌, ଯାତ୍ରା, ଅପେରାକୁ ଅନୁମତି ନାହିଁ । ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ସମାବେଶ ସବୁ ଜିଲ୍ଲାରେ ମନା । ବିବାହ, ବ୍ରତ ଘର ଓ ଶୁଦ୍ଧି କ୍ରିୟାରେ ପୂର୍ବରୁ ଥିବା କଟକଣା ବଳବତ୍ତର ରହିବ ।

 ନଜର ପକାନ୍ତୁ  କାଟାଗୋରୀ-A ଜିଲ୍ଲାରେ କଣ କୋହଳ ହେଲା….

ସମସ୍ତ ଦୋକାନ ସକାଳ ୬ରୁ ସନ୍ଧ୍ୟା ୬ଯାଏ ଖୋଲା ରହିବ । ମଲ୍‌, ସ୍ପା, ବିୟୁଟି ପାର୍ଲର ଖୋଲିବନି । ଛୋଟ ଛୋଟ ସାଲୁନ ଖୋଲିବ । ବସ୍‌ ଚଳାଚଳକୁ ଅନୁମତି ମିଳିଛି । ସିଟ୍‌ ଅନୁସାରେ ଯାତ୍ରୀ ପରିବହନ କରିପାରିବେ । ଟାକ୍ସିଂ ଓ ଅଟୋରିକ୍ସ ଚଳାଚଳ କରିବ । କିନ୍ତୁ ଡ୍ରାଇଭରଙ୍କୁ ଛାଡ଼ି ଦୁଇ ଜଣ ଯାତ୍ରୀ ଯାଇପାରିବେ । ଆଉଟ୍‌ ଡୋର୍‌ ଓ ଇନଡୋର୍‌ ଫିଲ୍ମ ସୁଟିଂକୁ ଅନୁମତି । ସପ୍ତାହିକ ଓ ଦୈନିକ ହାଟ ଖୋଲିବ । ସପ୍ତାହାନ୍ତ ସଟଡାଉନ୍‌ ଉଠିଲା । ସନ୍ଧ୍ୟା ୬ରୁ ସକାଳ ୬ଟା ନାଇଟ କର୍ଫ୍ୟୁ ବଳବତ୍ତର ରହିବ ।

 ନଜର ପକାନ୍ତୁ  କାଟାଗୋରୀ-Bରେ ଥିବା ୧୦ ଜିଲ୍ଲାରେ କଣ କଟକଣା ଓ କଣ ଖୋଲା….

ସକାଳ ୬ଟାରୁ ଦିନ ୨ଟା ସବୁ ଦୋକାନ ଖୋଲିବ । ପୂର୍ବରୁ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସକାଳ ୬ଟାରୁ ଗୋଟାଏ ଯାଏ ଖୋଲୁଥିଲା । ଜୁଲାଇ ୧୬ ଯାଏ ମଲ୍‌, ସ୍ପା, ବିୟୁଟି ପାର୍ଲର ଖୋଲିବନି । ଛୋଟ ଛୋଟ ସାଲୁନ୍‌ ଖୋଲିବ । ସପ୍ତାହାନ୍ତ ସଟଡାଉନ୍‌ ବଳବତ୍ତର ରହିବ । ଆଉଟ୍‌ ଡୋର୍‌ ଫିଲ୍ମ ସୁଟିଂକୁ ଅନୁମତି ମିଳିଥିବା ବେଳେ ଇନଡୋର୍‌ ଫିଲ୍ମ ସୁଟିଂକୁ ମନା । ସାପ୍ତାହିକ ଓ ଦୈନିକ ହାଟ ବନ୍ଦ ରହିବ । ଉଠା ଦୋକାନୀ ଖାଦ୍ୟ ସାମଗ୍ରୀ ବିକି ପାରିବେ । କିନ୍ତୁ ପାର୍ସଲ ଦେବେ । ଯାତ୍ରାବୀ ବସ୍‌ ଚଳଚଳକୁ ଅନୁମତି ନାହିଁ ।

KNews Bureau

Recent Posts

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

2 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

4 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

22 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

47 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

51 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

53 mins ago