ବେତକାଠିରୁ ସୁନ୍ଦର ସୁନ୍ଦର ସାମଗ୍ରୀ ତିଆରି କରି ଆଜି ସ୍ୱାବଲମ୍ବୀ ଏହି ମହିଳାମାନେ

ମହିଳା ମାନଙ୍କୁ ସ୍ୱାବଲମ୍ବୀ ଓ ରୋଜଗାରକ୍ଷମ ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଛି ଅନେକ ପ୍ରକାରର ପଦକ୍ଷେପ । ବିଭିନ୍ନ ଗାଁ ମାନଙ୍କରେ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରିବା ପରେ ରିହାତି ଦରରେ ଏହି ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ସରକାରଙ୍କ ପକ୍ଷରୁ ଦିଆଯାଇଛି ବ୍ୟାଙ୍କ ଋଣ । ଆଜିର ଦିନରେ ଏହି ରିହାତି ବ୍ୟାଙ୍କ ଋଣ କରିଛି ଏହି ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ରୋଜଗାରକ୍ଷମ ।

ଆଠଗଡ଼(କେନ୍ୟୁଜ): ମହିଳା ମାନଙ୍କୁ ସ୍ୱାବଲମ୍ବୀ ଓ ରୋଜଗାରକ୍ଷମ ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଛି ଅନେକ ପ୍ରକାରର ପଦକ୍ଷେପ । ବିଭିନ୍ନ ଗାଁ ମାନଙ୍କରେ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରିବା ପରେ ରିହାତି ଦରରେ ଏହି ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ସରକାରଙ୍କ ପକ୍ଷରୁ ଦିଆଯାଇଛି ବ୍ୟାଙ୍କ ଋଣ । ଆଜିର ଦିନରେ ଏହି ରିହାତି ବ୍ୟାଙ୍କ ଋଣ କରିଛି ଏହି ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ରୋଜଗାରକ୍ଷମ।

କଟକ ଜିଲ୍ଲା ଆଠଗଡ଼ ବ୍ଲକ୍ ଅନ୍ତର୍ଗତ ରାଜ ନଗର ପଞ୍ଚାୟତର ରାଜ ନଗର ଗାଁ , ଏହି ଗାଁ ରେ ଦଶ ଜଣ ମହିଳା ମାନଙ୍କୁ ନେଇ ରହିଛି ଶ୍ରୀରାମ ସ୍ଵୟଂ ସହାୟକ ଗୋଷ୍ଠୀ। ଏହି ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ କାର୍ଯ୍ୟକ୍ଷମ ରହିଛନ୍ତି ଦଶ ଜଣ ମହିଳାଙ୍କ ସମେତ କିଛି ଲୋକ ମାନେ। ସରକାରଙ୍କ ପକ୍ଷରୁ ଯୋଗାଇ ଦିଆ ଯାଇଥିବା ରିହାତି ଦରରେ ବ୍ୟାଙ୍କ ଋଣ ଆଜି ଏହି ମହିଳା ଗୋଷ୍ଠୀଙ୍କୁ ସ୍ୱାବଲମ୍ବୀ କରିବା ସହ ରୋଜଗାର କ୍ଷମ କରି ପାରିଛି।

ନିଜ ପରିବାରର ନିତିଦିନିଆ କାମ ସାରି ଅବଶିଷ୍ଟ ସମୟକୁ ସେମାନେ ବିଭିନ୍ନ କାମରେ ନିୟୋଜିତ କରିଥାନ୍ତି । ପାଖ ଜଙ୍ଗଲରୁ ବେତକାଠି ସଂଗ୍ରହ କରି ସେଗୁଡିକୁ ଶୁଖାଇ ସେଥିରୁ ବିଭିନ୍ନ ପ୍ରକାରର ଘରୋଇ ଉପକରଣ ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି । ବେତକାଠିରେ ନିର୍ମିତ ଫୁଲ ଚାଙ୍ଗୁଡ଼ି, ଚଉକି, ଟେବୁଲ୍, ଷ୍ଟୁଲ୍ ଓ ଖଟୁଲି ଭଲି ବିଭିନ୍ନ ପ୍ରକାରର ଜିନିଷ ତିଆରି କରି ବେଶ୍ ଲାଭାବାନ ହୋଇ ଥିବା କହିଛନ୍ତି ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନେ।

wood

ବିଭିନ୍ନ ପ୍ରକାରର ସାମଗ୍ରୀ ପ୍ରସ୍ତୁତ କରିବା ପରେ ଏହି ମହିଳା ମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ହେଉଥିବା ପର୍ବ ପର୍ବାଣୀ ମାନଙ୍କରେ ଯାଇ ଏହି ସବୁକୁ ବିକ୍ରୟ କରି ବେଶ୍ ଦୁଇ ପଇସା ଲାଭ କରିଥାନ୍ତି। ପରିବାରର ମୁଖିଆଙ୍କ ଉପରେ ନିର୍ଭର ନକରି ନିଜେ ଦୁଇ ପଇସା ରୋଜଗାର କରି ପରିବାର ର ସହାୟତା କରୁଥିବାରୁ ବେଶ ଖୁସି ଥିବା କୁହନ୍ତି ଏହି ମହିଳା ଗୋଷ୍ଠୀର ସଦସ୍ୟା ମାନେ। ବଳକା ସମୟକୁ ବେକାର ନକରି ଏଭଳି କାର୍ଯ୍ୟ କରାଇବାକୁ ପ୍ରୋତ୍ସାହନ ଯୋଗାଉ ଥିବା ରାଜ୍ୟ ସରକାରଙ୍କୁ ଧନ୍ୟବାଦ୍ ଜଣାଇ ଛନ୍ତି ଏହି ଗୋଷ୍ଠୀର ମହିଳା ମାନେ । ଏପଟେ କମ ସୁଧ ଓ ସରକାରଙ୍କ ଆର୍ଥିକ ସବସିଡ ମାଧ୍ଯମରେ ଏବେ ମହିଳା ଗୋଷ୍ଠୀ ମାନେ ଲାଭମାନ ହେଉଥିବା କଥା କହିଛନ୍ତି ଆଠଗଡ ବ୍ଲକ୍ ସିଡିପିଓ ନିବେଦିତା ରାୟ ।

ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଜରିଆରେ ବିଭିନ୍ନ ସ୍ଵଂୟ ସହାୟକ ଗୋଷ୍ଠୀ ମାନଙ୍କୁ ରୋଜଗାର କ୍ଷମ କରିବା ପାଇଁ ପ୍ରଜ୍ୟାପ୍ତ ପରିମାଣରେ ଆର୍ଥିକ ସହାୟତା ଦିଆ ଯାଉଛି। ବଳକା ସମୟକୁ ବେକାର ନକରି ଏଭଳି କାର୍ଯ୍ୟ କରାଇବାକୁ ପ୍ରୋତ୍ସାହନ ଯୋଗାଉ ଥିବା ରାଜ୍ୟ ସରକାରଙ୍କୁ ଧନ୍ୟବାଦ୍ ଜଣାଇ ଛନ୍ତି ଏହି ଗୋଷ୍ଠୀର ମହିଳା ମାନେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like