ରାଜ୍ୟ

ଦୁଃଖିନୀ ମା’କୁ ନୂଆ ବର୍ଷର ଚମତ୍କାର ଭେଟି ଦଲେ ସ୍ୱେଚ୍ଛାସେବୀ ସଦସ୍ୟ, ପ୍ରଶାସନକୁ ଲାଜ ଲାଗିବା ଉଚିତ

ଜଳେଶ୍ଵର (କେନ୍ୟୁଜ୍‌) : ନୂଆ ବର୍ଷ ୨୦୨୩ । ଏହାକୁ କିଏ କେମିତି ଭାବରେ ପାଳନ କରୁଛି । ତେବେ ସେ ଇଂରାଜୀ ନବବର୍ଷ ହେଉ ପଛେ ଗୋଟିଏ ଉତ୍ସାହ ଆଣି ଦେଇଛି ସବୁ ଲୋକଙ୍କ ଭିତରେ । କାରଣ ଆମର ଏକ ବାହାନା ଦରକାର କିଛି ସେଲିବ୍ରେଟ୍‌ କରିବା ପାଇଁ । ତେଣୁ ଆମେ ନିଜ ପର୍ବପର୍ବାଣୀକୁ ଗୁରୁତ୍ୱ ନଦେଇ ପାଶ୍ଚାତ୍ୟର ଢାଞ୍ଚାକୁ ଆପଣାଇ ନେଇଛୁ । ଏସବୁ ଭିତରେ କିନ୍ତୁ ପୁରୁଣାକୁ ବିଦାୟ ଦେଇ ନୂଆକୁ ଗ୍ରହଣ କରିବାର ଯେଉଁ ମାନସିକତର ରହିଥାଏ ତାହାକୁ ପ୍ରଶଂସା କରିବାକୁ ହେବ ।

ତେବେ ଏଇ ନୂଆ ବର୍ଷର ହୋହଲ୍ଲା ଭିତରେ ଲୋକେ ଭୋଜିଭାତ, ନାଚଗୀତ ଓ ବୁଲାବୁଲା ତଥା ମଜାମସ୍ତି କରୁଥିବା ବେଳେ ଆଉ କିଛି ଲୋକ କାମରେ ଲାଗିଥିଲେ । କିଏ ମୁଣ୍ଡରେ ସିମେଣ୍ଟ ବସ୍ତା ବୋହି ଆଣୁଥିଲା ତ କିଏ ହାତରେ ଇଟା ଲଦି ନେଇ ଆସୁଥାଏ । ଆଉ କିଏ ଇଟା ଗାନ୍ଥି ପ୍ଲାଷ୍ଟର କରି ପକଉ ଥାଏ ତ କିଏ ଆଜବେଷ୍ଟସ ବୋହି ଆଣୁଥାଏ । ସମସ୍ତେ ମିଳିମିଶି ଘରଟିଏ ତିଆରି କରିବାରେ ଲାଗି ପଡିଥାନ୍ତି । ତେବେ ଏମାନେ କେଉଁ ଗୋଟିଏ ପରିବାରର ଲୋକ ନୁହନ୍ତି କି ନିଜେ ରହିବା ପାଇଁ ଘର ତିଆରି କରୁ ନଥାନ୍ତି । ଏହା ପଛରେ ଏକ ମହତ୍‌ ଉଦ୍ଦେଶ୍ୟ ରହିଥିଲା ।

ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ବ୍ଲକ ଅନ୍ତର୍ଗତ ଗୈାରିବେଲଦା ଗାଁ । ଏହି ଗାଁର ବାସିନ୍ଦା ହେଉଛନ୍ତି ଇନ୍ଦୁବତୀ ପଣ୍ଡା । ବୟସ ୭୦ ଟପିଲାଣି । ଅନେକ ଦିନରୁ ପରିବାର ଉପରେ ଦୁଃଖର ପାହାଡ଼ ଖସିପଡ଼ିଥିଲା । ଇନ୍ଦୁବତୀଙ୍କର ସ୍ୱାମୀ ୧୦ ବର୍ଷ ତଳେ ମୃତ୍ୟୁବରଣ କରିଥିଲେ । ଆଉ ପଛରେ ଛାଡ଼ି ଦେଇଗଲେ ଦୁଇ ଝିଅଙ୍କୁ । ବହୁ କଷ୍ଟରେ ଇନ୍ଦୁବତୀ ପିଲା ଦୁଇଟିଙ୍କୁ ବଡ଼ କଲେ । ମାଗି ଯାଚି ବାହଘର କରାଇ ଥିଲେ । ମାତ୍ର ଦଇବ ସହିଲା ନାହିଁ । କଣ ଅଭିଶାପ ଥିଲା କେଜାଣି, ଚାରି ବର୍ଷ ତଳେ ଦୁଇ ଝିଅଙ୍କ ସ୍ୱାମୀଙ୍କର ମଧ୍ୟ ଦେହାନ୍ତ ହୋଇଗଲା । ତେଣୁ ଦୁଇ ବିଧବା ଝିଅ ଆଉ ମାନସିକ ଭିନ୍ନକ୍ଷମ ନାତିକୁ ଧରି ଖରା ବର୍ଷା ଏବଂ ହାଡଭଙ୍ଗା ଶୀତରେ ଦଦରା ଘରେ ରହୁଛନ୍ତି ଚାରି ପ୍ରାଣୀ କୁଟୁମ୍ବ । ଛିଣ୍ଡା ପଲିଥିନ ଘେରା ଛପର ତଳେ ଦିନ କାଟୁଥିଲେ । ପର ଘରେ ମୂଲ ଲାଗି ଏବଂ ବେଳେ ବେଳେ ଭିକ୍ଷାବୃତ୍ତି କରି ଯାହା ଆଣନ୍ତି ସେଥିରେ ଚାରି ପେଟକୁ ନିଅଣ୍ଟ ପଡ଼େ । ନୂଆ ଘରଟିଏ ତିଆରି କରିବା ଏମାନଙ୍କ ସାମର୍ଥ୍ୟ ବାହାରେ ଥିଲା ।… ତେବେ ଇନ୍ଦୁବତୀଙ୍କ ଏଭଳି ଦୟନୀୟ ଅବସ୍ଥା ଦେଖି ଜଳେଶ୍ଵରର ସ୍ୱେଚ୍ଛାସେବୀ ସଂଗଠନ ହେଲ୍ପ ଫର୍‌ ୟୁ ଫାଉଣ୍ଡେସନ୍‌ର ସଦସ୍ଯମାନେ କିଛି କିଛି ଅର୍ଥ ସଞ୍ଚୟ କଲେ । ଆଉ ନୂଆ ବର୍ଷରେ ଏହି ଗରିବ ଅସହାୟ ପରିବାରକୁ ନୂଆ ବାସଗୃହଟିଏ ଯୋଗାଇ ଦେଇଛନ୍ତି । ଯାହା ଫଳରେ ଏହି ଅସହାୟ ପରିବାର ମୁହଁରେ ହସ ଫୁଟି ପାରିଛି । ଆଉ ଖୁବ୍‌ ଆତ୍ମଶାନ୍ତି ଲାଭ କରିଛନ୍ତି ଏଇ ସ୍ୱେଚ୍ଛାସେବୀମାନେ ।

 

ଏହି ଅସହାୟ ପରିବାରକୁ ନୂଆ ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ସଙ୍ଗଠନର ସମସ୍ତ ସଦସ୍ଯମାନେ ଅଣ୍ଟା ଭିଡି ଥିଲେ । ନିଜ ନିଜ ରୋଜଗାର ଅର୍ଥରୁ କିଛି କିଛି ସଞ୍ଚୟ କଲେ । ସେହି ପଇସାରେ ଜିନିଷପତ୍ର କିଣି ଆରମ୍ଭ କଲେ ଘର ତିଆରି । ନିଜେ ଶ୍ରମ ଦାନ ମଧ୍ୟ କଲେ । ପ୍ରାୟ ଏକ ମାସ ପରେ ଠିକ ନୂଆ ବର୍ଷରେ ଇନ୍ଦୁବତୀଙ୍କ ପରିବାରକୁ ଭେଟି ଦେଇଛନ୍ତି ଘରଟି । ଖାଲି ସେତିକି ନୁହେଁ ଏହି ଅସହାୟ ପରିବାରକୁ ନୂଆ ଲୁଗାପଟା ସହିତ ଚଳିବା ପାଇଁ କିଛି ମାସର ରାସନ ସାମଗ୍ରୀ ଓ ପନିପରିବା ମଧ୍ୟ ଦେଇଛନ୍ତି । ନୂଆ ଘରେ ପୂଜାପାଠ ହେବା ପରେ ଇନ୍ଦୁବତୀ ଗୃହ ପ୍ରବେଶ କରିଥିଲେ । …ଏଭଳି ଗରିବକୁ ସହାୟତା ଦେଇ ବେଶ୍‌ ଖୁସି ବାଣ୍ଟିଛନ୍ତି ସଙ୍ଗଠନର ସଦସ୍ୟ ମାନେ ।

ଦର୍ଶକ ବନ୍ଧୁ । ଇନ୍ଦୁବତୀ ଏତେ ବର୍ଷ ହେଲା ଦୁଃଖରେ ଘାଣ୍ଟି ହେଉଥିଲେ ହେଲେ ସ୍ଥାନୀୟ ଜନପ୍ରତିନିଧି କିମ୍ବା ପ୍ରଶାସନର ତାଙ୍କ ଉପରେ ଦୃଷ୍ଟି ପଡ଼ିଲା ନାହିଁ । ଯାହା ଅତ୍ୟନ୍ତ ପରିତାପର ବିଷୟ । ସ୍ୱେଚ୍ଛାସେବୀ ସଙ୍ଗଠନ ହେଲ୍ପ ଫର୍‌ ୟୁ ଫାଉଣ୍ଡେସନ୍‌୍‌ର ସଦସ୍ଯମାନେ ଏଭଳି ମହତ କାର୍ଯ୍ଯ କରି ସମସ୍ତଙ୍କ ଆଖି ଖୋଲି ଦେଲେ । ଏମିତି ଜଣେ ଜଣକୁ ଯଦି ଟିକିଏ ବି ସହାୟତା କରିବ ତେବେ ଏ ଦୁନିଆରୁ ଦୁଃଖ ଗାଏବ ହୋଇଯିବ ।
ଏ ଦୁଃଖୀ ପରିବାରକୁ ଆପଣ କିଛି ସହାୟତା ଦେବାକୁ ଚାହୁଁଥିଲେ, ଯୋଗାଯୋଗ କରନ୍ତୁ ।

 

KNews Bureau

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ

ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…

55 mins ago

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

4 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

4 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

4 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

4 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

5 hours ago