ସିକ୍ୟୁରିଟି ଗାର୍ଡଙ୍କ ହାତଗୋଡ଼ ବାନ୍ଧିଲେ: କାର୍‌ ଶୋ’ ରୁମ୍‌ ଭିତରେ ପଶି ଟଙ୍କା ବାକ୍ସ ଲୁଟି ନେଲେ

ରାଉରକେଲା: ସୁରକ୍ଷା କର୍ମୀଙ୍କୁ ବାନ୍ଧୀ ତାଡିନେଲେ କ୍ୟାସ ବାକ୍ସ । ରାଉରକେଲା ବେଦବ୍ୟାସ ଅଞ୍ଚଳରୁ ଏପରି ଲୁଟ୍ ହୋଇଛି । ବ୍ରାହ୍ମଣୀ ତରଙ୍ଗ ଥାନା ନିକଟସ୍ଥ ଏକ ଗାଡ଼ି ଶୋ ରୁମରୁ କ୍ୟାସ ବାକ୍ସ ତାଡିନେଲେ ଦୁର୍ବୃତ୍ତ । ଗତକାଲି ବିଳମ୍ବିତ ରାତିରେ ୩ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ସୋରୁମ୍ ରେ ପଶି ସମସ୍ତ ଡ୍ର ମଧ୍ୟ ଭାଙ୍ଗି ଦେଇଛନ୍ତି । ଲୁଟର ସମସ୍ତ ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଛି ।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ତିନି ଜଣ ଦୁର୍ବୃତ୍ତ ସିକ୍ୟୁରିଟି ଗାର୍ଡଙ୍କୁ ଧମକ ଚମକ ଦେବା ସହ ହାତଗୋଡ଼ ବାନ୍ଧି ଦେଇଥିଲେ ।  ଏହାପରେ ଶୋ’ ରୁମରେ ଥିବା କ୍ୟାସ୍ ବକ୍ସକୁ ଲୁଟି ନେଇଛନ୍ତି ଡକାୟତ । ଏନେଇ ଶୋ ରୁମ୍‌ ମାଲିକ ଅଭିଯୋଗ କରିଛନ୍ତି ।  କ୍ୟାସ୍ ବକ୍ସରେ ଲକ୍ଷାଧିକ ଟଙ୍କା ଥିବା କୁହାଯାଉଛି । କେବଳ ସେତିକି ନୁହେଁ କ୍ୟାସ୍‌ ବାକ୍ସରେ ଅନେକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ସହ କ୍ରେଡିଟ୍‌ କାର୍ଡ ମଧ୍ୟ ଥିବା ଶୋ’ ରୁମ୍‌ ମାଲିକ କହିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।  ସିସିଟିଭି ଫୁଟେଜ ଆଧାରରେ ପୁଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି ।