ଫେରାର୍ ଲୁଟେରା ପଡ଼ିଲା ଧରା

ଭଦ୍ରକ(କେନ୍ୟୁଜ୍) : ସୁନା ଲୁଟ୍ କରି ଫେରାର ହୋଇଯାଉଥିବା ବେଳେ ଧରାପଡ଼ିଲା ଲୁଟେରା । ଭଦ୍ରକ ଧାମନଗର ଅଞ୍ଚଳରୁ ଲୁଟ୍ କରୁଥିବା ବେଳେ ପୋଲିସ ଜଣଙ୍କୁ ଗିରଫ କରିଛି । ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଛନ୍ତି । ଗତକାଲି ରାତିରେ ଗହଣା ଦୋକାନ ମାଲିକ ରତ୍ନାକର ସାହୁ ଓ ତାଙ୍କ ଭଣଜା ଦୋକାନ ବନ୍ଦ କରି କିଛି ଗହଣା ନେଇ ଘରକୁ ଯାଉଥିଲେ । ଏହି ସମୟରେ ତିନି ଜଣ ଲୁଟେରା ଏକ ବାଇକ୍ରେ ଆସି ତାଙ୍କ ଗାଡ଼ି ଅଟକାଇ ଅଳକାର ନେଇ ଫେରାର ହୋଇଯାଉଥିଲେ । ଖବର ପାଇଁ ପୋଲିସ ଲୁଟେରାଙ୍କ ପିଛା କରି ଧରିବାରେ ସଫଳ ହୋଇଥିଲା ।