ଚୋରକୁ ନିସ୍ତୁକ ମାଡ଼, ଚପଲ ମାଳ କରି ପିନ୍ଧାଇ ବୁଲାଇଲେ ଲୋକେ

ଭଦ୍ରକ (କେନ୍ୟୁଜ୍) : ଚୋରକୁ ନିସ୍ତୁକ ମାଡ଼ । ଚପଲ ମାଳ କରି ପିନ୍ଧାଇ ବୁଲାଇଲେ ଲୋକେ । ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅର୍ଣ୍ଣପାଳ ବିଷ୍ଣୁପୁର ମଧୁସୂଦନପୁର ଗାଁରେ । ଗତକାଲି ବିଳମ୍ବିତ ରାତିରେ ଜଣଙ୍କ ଘରେ ପଶିଥିଲା ଚୋର । କିଛି ସମୟ ଖଟ ତଳେ ଶୋଇ ରହିଥିଲା । ଘର ଲୋକ ଶୋଇଗଲା ପରେ ଘରୁ ଜିନଷପତ୍ର ଚୋରି କରିବା ପାଇଁ ଉଦ୍ୟମ କରିଥିଲା । ଲୋକଙ୍କ ନିଦ ଭାଙ୍ଗି ଯିବାରୁ ଚୋରକୁ କାବୁ କରିନେଇଥିଲେ । ପରେ ଗାଁଲୋକେ ଏକାଠି ହୋଇ ଚପଲ ମାଳ ପିନ୍ଧାଇ ନିସ୍ତୁକ ମାଡ଼ ମାରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚୋରକୁ ଥାନାକୁ ଆଣି ପଚରାଉଚରା କରୁଛି ।