କୁଖ୍ୟାତ ଚୋର ସଞ୍ଜୟ ନିଶଙ୍କ ଗିରଫ, ଦିନରେ ଜୋମାଟୋରେ କାମ ଆଉ ରାତିରେ ଚୋରି

(କେନ୍ୟୁଜ୍) : କୁଖ୍ୟାତ ଚୋର ସଞ୍ଜୟ ନିଶଙ୍କ ଗିରଫ । ଦିନରେ ଜୋମାଟୋରେ କାମ କରି ରେକି କରୁଥିଲା ଆଉ ରାତିରେ କଳାକନା ବୁଲାଉଥିଲା । ଘରକୁ ଘରକୁ ବୁଲି ଝରକା ଭାଙ୍ଗି ଲୁଟି ନେଉଥିଲା ଲକ୍ଷାଧିକ ଟଙ୍କାର ସୁନା, ଟଙ୍କା ଓ ରୂପା ଗହଣା । ତା ନିକଟରୁ ୪୨୩ ଗ୍ରାମ ସୁନା ଗହଣା, ୬୫୦ ଗ୍ରାମ ରୁପା, ୨ଟି ଲାପଟପ, ମୋବାଇଲ ଫୋନ ଓ ଚୋରୀରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି ।
ଖୋର୍ଦ୍ଧାର ଶରଧାପୁର ଗାଁରେ ସଞ୍ଜୟ ନିଶଙ୍କର ଘର । ସେ ଜଣେ ବିବିଏ ଛାତ୍ର । ତା ନାଁରେ କମିସନରେଟ ପୋଲିସ ର ବିଭନ୍ନ ଥାନାରେ ୨୩ଟି ମାମଲା ରହିଛି । ଏଥିସହ ଯେଉଁ ଘରୁ ଚୋରି କରେ ସେ ଘରୁ ମହିଳା ଓ ଯୁବତୀଙ୍କ ର ଅନ୍ତଃବସ୍ତ୍ର ଚୋରି କରିନିଏ ବୋଲି ଜଣାପଡ଼ିଛି ।