ସୁନା ଦୋକାନରୁ ଚୋରି କରି ଚମ୍ପଟ ମାରିଲେ ଚୋର, ସିସିଟିଭି ଫୁଟେଜରେ ଭିଡିଓ କଏଦ

କେନ୍ଦ୍ରାପଡ଼ା : ଆଜ୍‌ବେଷ୍ଟ ତାଡ଼ି ଚୋରି କରିବାରେ ଲାଗିଛି ଚୋର । ସିସିଟିଭି ଫୁଟେଜରେ ଭିଡିଓ କଏଦ । ଦୃଶ୍ୟରେ ଦେଖିବାକୁ ମଳିଛି କିଭଳି ଭାବେ ଦୋକାନରୁ ସୁନା ଗହଣା ଲୁଟୁଛି ଚୋର । ମୁହଁରେ କପଡ଼ା ବାନ୍ଧି ଲୁଟି ନେଇଗଲା । ପୁରା ଫିଲ୍ମ ଷ୍ଟାଇଲରେ କରିଛି ଲୁଟ୍‌ । ଏଭଳି ଅଭାବନୀୟ କାଣ୍ଡ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ନିକଟ ଆଳି ବଜାରରେ ଘଟିଛି ।

ଗତକାଲି ବିଳମ୍ବିତ ରାତିରେ ସୁନା ଦୋକାନର ଆଜବେଷ୍ଟ ତାଡ଼ି ଦୃବୁତ୍ତ ସୁନା ଗହଣା ଚୋରି କରି ନେଇଯାଇ ଥିବାର ଆଳି ଥାନାରେ ଅଭିଯୋଗ କରିଛନ୍ତି ସୁନା ଦୋକାନୀ ଅର୍ନ୍ତଯାମି ପାତ୍ର । ଚୋରି କରୁଥିବାର ଦୃଶ୍ୟ ସିସି ଟିଭି ଫୁଟେଜ ରେ କଏଦ ହୋଇଯାଇଛି ।

ଅର୍ନ୍ତଯାମୀଙ୍କ ଅଭିଯୋଗ ଅନୁଯାୟୀ ବିଗତ ଦିନ ଧରି ବାରମ୍ବାର ଦୋକାନରୁ ଲୁଟ୍‌ ହେଉଥିଲେ ମଧ୍ୟ ଆଜିଯାଏ ଚୋରକୁ ଗିରଫ କରି ନାହିଁ ପୋଲିସ । ଆଉ ସବୁଠୁ ବଡ଼ କଥା ହେଉଛି ଥାନା ପାଖରୁ ମାତ୍ର ୧୦୦ମିଟର ଦୂରରୁ କିପରି ଚୋର ଚୋରି କରିବାକୁ ସାହାସ କଲା ତାହାକୁ ନେଇ ଏବେ ବୁଦ୍ଧିଜୀବୀ ମହଲରେ ଭିନ୍ନ ପ୍ରତିକ୍ରିୟା ପ୍ରତିକ୍ରିୟା ପ୍ରକାଶ ପାଇଛି । ଏନେଇ ପୋଲିସ ଅଭିଯୋଗ ପାଇବା ପରେ  ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.