କେନ୍ଦ୍ରାପଡ଼ା : ଦୁଇଟି ଘରେ କଳା କନା ବୁଲାଇଲେ ଚୋର । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଲୋକାପଡା ଗାଁରେ ସିରିଜ ଚୋରି । ଗତକାଲି ରାତିରେ ଦୁଇ ଜଣଙ୍କ ଘରେ ପଶି ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟି ନେଇଛନ୍ତି । ଘର ଭିତରେ ଥିବା ଆଲମିରା, ବାକ୍ସ ତାଡ଼ି ସୁନାରୂପା ଅଳଙ୍କାର ସହ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଲୁଟ୍ କରି ନେଇଛନ୍ତି। ଲୁଟର ଶିକାର ହୋଇଛନ୍ତି ଶରତ ରାୟ ଓ ମନୋଜ ରାୟ । ଆଳି ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ବିବାହ ଉତ୍ସବରେ ଯୋଗଦେବା ପାଇଁ ଯାଇଥିବାବେଳେ ଏହି ଲୁଟ ହୋଇଥିବା ଅଭିଯୋଗ ହୋଇଛି ।
Also Read : ଗୁରୁ-ଶିଷ୍ୟଙ୍କ ମଧ୍ୟରେ ନିଚ୍ଛକ ଭଲପାଇବା, ପ୍ରଧାନଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା ବେଳେ କାନ୍ଦି ପକାଇଲେ…