ଚୋରି ପରେ ଘରେ ନିଆଁ ଲଗାଇଦେଲେ ଚୋର, ଜଳିଗଲା ସମସ୍ତ ଆସବାବପତ୍ର
ବ୍ରହ୍ମପୁର: ଚୋରି ପରେ ଘରେ ନିଆଁ ଲଗାଇଦେଲେ ଚୋର । ଜଳିଗଲା ସମସ୍ତ ଆସବାବପତ୍ର । ବ୍ରହ୍ମପୁର-ବୈଦ୍ୟନାଥପୁର ଥାନା କଳିଙ୍ଗନଗର ଦ୍ବିତୀୟ ଲାଇନରେ ଅଭାବନୀୟ ଘଟଣା ଘଟିଛି । ଘରେ କେହି ନଥିବା ସୁଯୋଗ ନେଇ ଲୁଟ୍ କରିଛନ୍ତି ଲୁଟେରା । ପରେ ଘରେ ନିଆଁ ଲଗାଇଦେଇଛନ୍ତି ।
ଗତକାଲି ରାତିରେ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ଘରେ କେହି ନଥିଲେ । ଏହାର ସୁଯୋଗ ନେଇ ଘରେ ପଶିଥିଲେ ଦୁର୍ବୃତ୍ତ । ଚୋରି କରିବା ପରେ ଘରେ ନିଆଁ ଲଗାଇଦେଇଥିଲେ । ଫଳରେ ଘରର ସମସ୍ତ ପ୍ରକାର ଆସବାବପତ୍ର ନଷ୍ଟ ହୋଇଛି । ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଛି ଅଗ୍ନିଶମବାହିନୀ । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ବୈଦ୍ୟନାଥପୁର ଥାନା ପୋଲିସ । ପୂର୍ବରୁ ଦେବୀ ପ୍ରସାଦଙ୍କ ଘରୁ ତିନି ଥର ଚୋରି ହୋଇଛି । ବାରମ୍ବାର ଗୋଟିଏ ଘରୁ ଚୋରି ହେଉଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦ ।