ଯାଜପୁର: ବିଦ୍ୟୁତ ଟ୍ରାନ୍ସଫର୍ମର ନେଇଗଲେ ଚୋର । ଯାଜପୁର ବ୍ଲକସ୍ଥିତ ଖଇରାବାଦ ଗାଁରେ ୨୫୦କେଭି ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରୀ ହୋଇଯାଇଛି । ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଟ୍ରାନ୍ସଫର୍ମର ଚୋରି କରି ନେଇଥିବା ଅଭିଯୋଗ ହୋଇଛି ।
ଗତ ଅକ୍ଟୋବର ୧୬ ତାରିଖରେ ଏହି ବିଦ୍ୟୁତ୍ ଟ୍ରାନ୍ସଫର୍ମର ବସାଯାଇଥିଲା । ଗତକାଲି ରାତିରେ ବିଦ୍ଯୁତ୍ ସରବରାହ ବିଛିନ୍ନ ହୋଇଯାଇଥିଲା । ଆଜି ସକାଳେ ଲାଇନ ମ୍ୟାନ୍ ଟ୍ରାନ୍ସଫର୍ମର ସଜାଡିବାକୁ ଯାଇଥିବାବେଳେ ଟ୍ରାନ୍ସଫର୍ମର ଭାଙ୍ଗି ଭିତରୁ ତେଲ ଓ କଏଲ ନେଇଯାଇଛନ୍ତି । ଚୋରୀ ହୋଇଥିବା ସାମଗ୍ରୀର ଆନୁମାନିକ ମୂଲ୍ୟ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ଜଣାପଡିଛି । ଏନେଇ ବିଦ୍ୟୁତ ବିଭାଗ ପକ୍ଷରୁ ଯାଜପୁର ଥାନାରେ ଏତଲା ଦିଆଯାଇଛି । ତୁରନ୍ତ ଦୁର୍ବୃତ୍ତଙ୍କୁ ଧରିବାକୁ ଦାବି କରିଛନ୍ତି ଗାଁଲୋକ ।